News
lipub
samparksetu

ସାହାଯ୍ୟ ଅପେକ୍ଷାରେ କୃଷ୍ଣ

ସାନ୍ଦା ଗ୍ରାମ ପଞ୍ଚାୟତର ବାଲିପଶି ପଡ଼ା ଗ୍ରାମର କୃଷ୍ଣ ସାହୁ ବିଗତ ଦୁଇ ବର୍ଷରୁ ଅଧିକ ସମୟ ହେବ କିଡନୀ ରୋଗରେ ପୀଡିତ ହୋଇ ବ୍ୟୟବହୁଳ ଚିକିତ୍ସା ଭାରରେ ଆର୍ଥିକ ଅନଟନ ମଧ୍ୟରେ କାଳାତିପାତ କରୁଛନ୍ତି।

ବର୍ତ୍ତମାନ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଅଭାବରୁ ସପରିବାର ଆଶା ଓ ଆଶଙ୍କା ମଧ୍ୟରେ ଅଛନ୍ତି। ରୋଗାଗ୍ରସ୍ତ ତଥା ରୋଜଗାର ଶୂନ୍ୟ କୃଷ୍ଣ ଙ୍କ ପରିବାରରେ ତାଙ୍କର ସହଧର୍ମିଣୀ ଏବଂ ଦୁଇଟି ନାବାଳିକା କନ୍ୟା ମଧ୍ୟ ଅଛନ୍ତି। ଏପଟେ ରୋଗ ଯନ୍ତ୍ରଣା ଓ ସେପଟେ ଅସହାୟ ପରିବାର କଥା ଭାବି ଭାବି ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।

new life
You might also like
error: Content is protected !!