News
WhatsApp Image 2023-10-04 at 17.25.00
samparksetu

ଘର ପୋଡିର ପାଞ୍ଚ ବର୍ଷ ପରେ ମଧ୍ୟ ମିଳୁନାହିଁ ଆବାସ ଯୋଜନାର ଶେଷ କିସ୍ତି

ଗତ ୨୦୧୬ ମସିହାରେ ଓଡାପଡା ବ୍ଲକ କଳାଙ୍ଗ ଗ୍ରାମର ରୀନା ସାମଲ ଏବଂ ଶୈଳ ସାମଲଙ୍କର ଘର ପୋଡି ଯାଇଥିଲା l ତତ୍କାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁଇ ଜଣଙ୍କୁ ଆବାସ ଯୋଜନାରେ ସାମିଲ କରି ଘର କରିବାପାଇଁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ l ସେତେବେଳେ ସତୁରି ହଜାର ଟଙ୍କା ହିତାଧିକାରୀଙ୍କ ଖାତାକୁ ତିନି କିସ୍ତିରେ ମିଳୁଥିଲା l

ଶୈଳ ଏବଂ ରୀନା ଦୁଇଟି କିସ୍ତି ପାଇଥିବା ବେଳେ ଶେଷ କିସ୍ତି କୋଡିଏ ହଜାର ପାଇଁ ବ୍ଲକ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି l ବିଭାଗୀୟ କର୍ମଚାରୀ ପାଞ୍ଚ ହଜାର ଲେଖାଏଁ ଲାଞ୍ଚ ନଦେଲେ ବିଲ କରିବେନାହିଁ ବୋଲି ଜିଦି ଧରି ବସିଛନ୍ତି l କଳାଙ୍ଗ ଠାରୁ ବ୍ଲକ ଅଫିସ ପ୍ରାୟ ଷାଠିଏ କିମି, ଯାହାକି ଜଣେ ସାଧାରଣ ଲୋକ ଖର୍ଚ୍ଚାନ୍ତ ହୋଇ ପ୍ରତ୍ୟେକ ଦିନ ଦୌଡିବା କଷ୍ଟକର l ଏସମ୍ପର୍କରେ ସେ ଜିଲ୍ଲାପାଳଙ୍କୁ ମଧ୍ୟ ଗୁହାରି କରିଥିଲେ l

ବର୍ଷା ଦିନରେ କାଦୁଅ ମାଟି ଘରେ ଛୋଟ ଛୋଟ ପିଲାମାନଙ୍କୁ ନେଇ ରୀନା ଏବଂ ଶୈଳ ବଡ଼ କଷ୍ଟରେ ଚାଲୁଛନ୍ତି l ମୁଲ ଦୁଃଖ କରି ଘର ଟି ଛାତ ପକାଇଛନ୍ତି l ମାତ୍ର ତଳ ମେଜିଆ, ପ୍ଳାଷ୍ଟର କରିପାରି ନାହାନ୍ତି l ବକେୟା ଶେଷ କିସ୍ତି ପ୍ରଦାନ କରିବାପାଇଁ ରୀନା ଏବଂ ଶୈଳ ନିବେଦନ କରିଛନ୍ତି l

new life
You might also like
error: Content is protected !!