News
WhatsApp Image 2023-10-04 at 17.25.00
samparksetu

କମଳାଙ୍ଗରେ ହାତୀଙ୍କ ବ୍ୟାପକ କ୍ଷୟକ୍ଷତି ; ତାର ବାଡ ଭାଙ୍ଗି ୧୫୦ ନଡିଆ ଗଛ ନଷ୍ଟ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ କଣ୍ଟାବଣିଆ ଥାନା କମଳାଙ୍ଗ ଗ୍ରାମରେ ମଙ୍ଗଳବାର ରାତିରେ ହାତୀ ପଲ ବ୍ୟାପକ କ୍ଷୟକ୍ଷତି ଘଟାଇଥିବାର ଜଣାପଡିଛି । ହାତୀ ପଲ ତାର ବାଡ ଭାଙ୍ଗି ୧୫୦ ନଡିଆ ଗଛ ନଷ୍ଟ କରିବା ସହିତ ଲକ୍ଷଲକ୍ଷ ଟଙ୍କାର ଫସଲ ମଧ୍ୟ ନଷ୍ଟ କରିଥିବାର ଅଭିଯୋଗ ହୋଇଛି ।

କମଳାଙ୍ଗ ଗ୍ରାମରେ ଦୀର୍ଘ ୭୮ ଦିନ ହେବ ୯ଟି ହାତୀ ଉପଦ୍ରବ କରୁଛନ୍ତି । ମଙ୍ଗଳବାର ରାତିରେ ହାତୀ ପଲ କମଳା୍‌ଙ୍ଗ ଗ୍ରାମର ଗୋପି ମହାପାତ୍ରଙ୍କ ଫାର୍ମ ହାଉସ ତାର ବାଡ ଭାଙ୍ଗି ତା ମଧ୍ୟରେ ଥିବା
୧୫୦ଟି ନଡିଆ ଗଛ ନଷ୍ଟ କରି ଦେଇଛନ୍ତି । ସେହିପରି ତାଭିତରେଥିବା ହରଡ,ବାଦାମ,ଆଳୁ,ମୁଗ ଫସଲକୁମଧ୍ୟ ଦଳିଚକଟି ନଷ୍ଟ କରିଥିବାର ଜଣାପଡିଛି । ସେହିପରି ଗ୍ରାମର ଯୁଗଳ ବେହେରାଙ୍କ କଣ୍ଟାବାଡ ଭାଙ୍ଗି ପନିପରିବା ନଷ୍ଟ କରିଥିବା ବେଳେ ବିଘ୍ନସାହୁ,ମୁରଲୀ ସାହୁ୍‌ଙ୍କର ମଧ୍ୟ ପନିପରିବା ଫସଲ ନଷ୍ଟ କରିଥିବାର ଜଣାପଡିଛି ।

ଗୋପି ମହାପାତ୍ର ଋଣ କରି ଫାର୍ମକରିଥିବା ବେଳେ ହାତୀ ଫାର୍ମକୁ ସମ୍ପୁର୍ଣ୍ଣ ଭାବରେ ଉଜାଡି ଦେଇଛନ୍ତି । ହାତୀ ପଲ ତାର ବାଡକୁ ଛିଣ୍ଡାଇ ଭିତରେ ପଶି ବ୍ୟାପକ ଫସଲ ନଷ୍ଟ କରୁଥିବାର ଜଣାପଡିଛି । ବନ ବିଭାଗ କର୍ମଚାରୀ ରହିଥିଲେ ମଧ୍ୟ ହାତୀ ପଲ କାହାରିକୁ ମାନୁନାହାଁନ୍ତି ।ପ୍ରକାଶ ଥାଉକି ଗତ ୨୦୧୮ ମସିହା ଅଗଷ୍ଟ ୨୭ ତାରିଖରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୭ଟିହାତୀ ମୃତ୍ୟୁ ବରଣ କରିଥିଲେ । ବନବିଭାଗ ତରଫରୁ ହାତୀକୁ ଘଉଡାଇବାକୁ ନିଦେବଦ କରାଯାଇଛି ।

new life
You might also like
error: Content is protected !!