News
lipub
samparksetu

ନିର୍ମାଣଧୀନ ଓପିଟିସିଏଲ୍ ର ମେସିନ୍ ପୋଡି ଘଟଣାରେ ୩ ଗିରଫ

କାମାକ୍ଷାନଗର ବ୍ଲକ ତୁମୁସିଂହା ଥାନା ଅନ୍ତର୍ଗତ ଅଁଳାବେରେଣୀ ପଞ୍ଚାୟତ ଠାରେ ଗତ ଡିସେମ୍ବର ୧୮ତାରିଖରେ ନିର୍ମାଣଧୀନ ଓପିଟିସିଏଲ୍ ର ଟାଉନ୍ ସିପ ଗୃହ ନିର୍ମାଣ ପାଇଁ ଜମି ସମତାଳରେ ଆୟୋଜିତ ୬ ଟି ମେସିନ୍ ପୋଡି ଘଟଣାରେ ପୋଲିସ୍ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ଅଭିଯୁକ୍ତ ମାନେ ହେଲେ କାମାକ୍ଷାନଗର ଥାନା ଅନ୍ତର୍ଗତ ଆଳୁତୁମା ଗ୍ରାମ ର ମାନସ ରଞ୍ଜନ ନାଥ ବୟସ ୩୫ ସେହି ଗ୍ରାମର ତଥାଗତ ସାହୁ ବୟସ ୨୫ ଏବଂ ବିଜାଡିହି ଗ୍ରାମର ବିଷ୍ଣୁ ଚରଣ ବେହେରା ବୟସ ୨୪ । ସେମାନଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ତଦନ୍ତ କାରୀ ଅଧିକାରୀ ସୁଜିତ କୁମାର ସାହୁ ଏବଂ ଥାନା ଅଧିକାରୀ ଆନନ୍ଦ କୁମାର ଡୁଙ୍ଗଡୁଙ୍ଗ ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ ଯେ, କାମାକ୍ଷାନଗର ଅଁଳାବେରେଣୀ ଠାରେ ଓଡିଶା ଥର୍ମାଲ ପାୱାର କର୍ପୋରେସନ୍ ଲିମିଟେଡ ର ବିସ୍ଥାପିତ ଲୋକଙ୍କ ମାନଙ୍କ ପାଇଁ ତିଆରି ହେଉଥିବା ଟାଉନ୍ସିପ ଆବାସ ସ୍ଥଳରେ ଗତ ୧୮ତାରିଖ ରାତିରେ ଦୁର୍ବୃତ୍ତ ମାନେ ପଶି ମାଟି ଖୋଳାରେ ବ୍ୟବହୃତ ହେଉଥିବା ୬ଟି ମେସିନ୍ ଜାଳି ଦେଇଥିଲେ ଅଁଳାବେରେଣୀ ଠାରେ ଏକ କାରଖାନା ସ୍ଥାପନା ପାଇଁ କାମ ଆଗେଇ ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା।

କ୍ଷତିପୂରଣ ଦାବି ରେ ଗତ ମାସ ୨୧ତାରିଖରେ କ୍ଷତିଗ୍ରସ୍ତ ମେସିନ୍ ମାଲିକ ମାନେ ଓପିଟିସିଏଲ୍ ସମ୍ମୁଖରେ ଧାରଣା ବସିଥିଲେ। କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କ ଦାବିକୁ ଗୁରୁତ୍ବ ଦେଲେନାହିଁ। ଫଳରେ ବାଧ୍ୟହୋଇ ଗତ ୨୨ତାରିଖରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ସେଥିରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଡିସେମ୍ବର ୨୮ ତାରିଖରେ ପୁଣି ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇ କ୍ଷତି ପୂରଣ ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ସେମାନଙ୍କୁ କ୍ଷତି ପୂରଣ ନ ମିଳିଲେ ଆତ୍ମାହୂତି ଦେବେ ବୋଲି ଚେତାବନୀ ଦେଇଥିଲେ। ଜିଲ୍ଲା ପ୍ରଶାସନ ପରାମର୍ଶ ଏବଂ ପୋଲିସ୍ ରେ ଅଭିଯୋଗ ପରେ ଘଟଣାର ତଦନ୍ତ ହୋଇଥିଲା। ଏହି ଘଟଣାରେ ଆଜି ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ତଦନ୍ତ ଚଳାଇଥିବା ତୁମୁସିଂହା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

new life
You might also like
error: Content is protected !!