News
WhatsApp Image 2023-10-04 at 17.25.00
samparksetu

ପଖାଳ ଦିବସରେ ଜାଣନ୍ତୁ,ପଖାଳ ଖାଇବା ଦ୍ବାରା କ’ଣ ମିଳେ ଫାଇଦା

ଆଜି ହେଉଛି ୨୦ ମାର୍ଚ୍ଚ ଯାହାକୁ ସାରା ବିଶ୍ବରେ ଥିବା ଓଡ଼ିଆଙ୍କର ପଖାଳ ଦିବସ | ପଖାଳ ପ୍ରାୟ ପ୍ରତେକ ଓଡ଼ିଆ ଘରେ ଖିଆଯାଏ, ଏହା ଓଡ଼ିଆଙ୍କ ପ୍ରଧାନ ଖାଦ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ | ତେବେ ଆପଣ ପଖାଳର ଉପକାରୀତା ଜାଣିନଥିବେ | ଚାଲନ୍ତୁ ଜାଣିବା ପଖାଳ ଖାଇବା ଦ୍ବାରା ଆମକୁ କ’ଣ କ’ଣ ଫାଇଦା ମିଳିଥାଏ |

୧ . ଖରାଦିନରେ ଭିଷଣ ଖରାରେ ଶରୀରର ଜଳୀୟାଅଂଶ କମ୍ ହୋଇଯାଏ | ପଖାଳ ଖାଇବା ଦ୍ବାରା ଶରୀରର ତୀପମାତ୍ରା ନିୟନ୍ତ୍ରୀତ ରହିବା ସହ ଶରୀରର କ୍ଲାନ୍ତି ଦୂର ହୋଇଥାଏ |

୨ .ଏଥିରେ ଫାଇବର ର ମାତ୍ରା ଭରପୁର ରହିଥାଏ , ଯାହା ଫଳରେ ଶରୀରର ପାଚନ କ୍ରୀୟା ଠିକ୍ ଭାବରେ ହେବା ସହ ପେଟ ଜନିତ ରୋଗ ଦୂରୀଭୂତ ହୁଏ |

୩ . କ୍ରମାଗତ ଭାବେ ପଖାଳ ଖାଇବା ଦ୍ବାରା ତ୍ବଚାରେ ଚମକ ଆସିଥାଏ |

୪ . ପ୍ରାତଃ କାଳରେ ପଖାଳ ଖାଇବା ଦ୍ବାରା ,ଏହା ଦିନଜାଙ୍କର କାମ ପାଇଁ ଶକ୍ତି ପ୍ରଦାନ କରିଥାଏ |

୫ . ଏଥିରେ ସୋଡ଼ିୟମ୍ , ପୋଟାସିୟମ୍ ଓ କାଲସିୟମ୍ ଭରପୁର ମାତ୍ରାରେ ରହିଥାଏ |

୬ . ଭାତକୁ ରାନ୍ଧିବା ପରେ ସେଥିରେ ଆଇରନ୍ ର ମାତ୍ରା ୩.୪ ମିଲିଗ୍ରାମ ଥାଏ | ଯଦି ସେହି ଭାତକୁ ରାତିସାରା ରଖି ପଖାଳ କରାଯାଏ ,ସେଥିରେ ଥିବା ଅାଇରନ୍ ର ମାତ୍ରା ୭୩.୯୧ ମିଲିଗ୍ରାମ ହୋଇଯାଏ |

new life
You might also like
error: Content is protected !!