News
WhatsApp Image 2023-10-04 at 17.25.00
samparksetu

୨ ମୂଲ୍ୟବାନ ଜୀଵନ ଚାଲିଗଲା ପରେ ପଶିଲା ଚେତା !

ଢେଙ୍କାନାଳ ଜିଲ୍ଳା ୫୫ ନମ୍ବର ଜାତୀୟ ରାଜପଥର ପଞ୍ଚୁପଟି ରେଙ୍ଗାଳୀ କେନାଲ ନିକଟରେ ଭାରସାମ୍ୟ ହରାଇ ଏକ ପର୍ଯ୍ୟଟକ ବସ କେନାଲ ଭିତରକୁ ଖସିପଡିବା ଯୋଗୁ ୨ଜଣ ମହିଳା ଙ୍କର ଶୋଚନୀୟ ମୃତ୍ୟ ଘଟିଥିଲା । ରାସ୍ତାରେ କୌଣସି ଡାଇଭର୍ସନ ମାର୍କର ନଥିବାରୁ ବସଟି କେନାଲ ଭିତରକୁ ଖସି ପଡିଥିଲା ।

ଦୁର୍ଘଟଣା ପରେ ପ୍ରଶାସନ ତରଫରୁ ଡାଇଭର୍ସନ ମାର୍କର ଲଗାଇବା ସୂଚନା ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ଇଛାପୁର ଗ୍ରାମର ୪୫ରୁ ଅଧିକ ଯାତ୍ରୀ ବଲାଙ୍ଗିର ନୃସିଂହନାଥ,ହରିଶଙ୍କର ଓ ସମଲେଶ୍ୱରୀ ମନ୍ଦିର ଦର୍ଶନ କରିବା ପାଇଁ ନୀଳମାଧବ ନାମକ ଏକ ଘରୋଇ ନୀଳମାଧବ ନାମକ ବସରେ ଗତ ଶୁକ୍ରବାର ଦିନ ଘରୁ ବାହାରିଥିଲେ ।

ଆନନ୍ଦ ଉଲ୍ଲାରେ ତିର୍ଥଯାତ୍ରାରେ ବାହାରି ବଣଭୋଜି ସହିତ ମାଆଙ୍କୁ ଦର୍ଶନ କରି ରବିବାର ରାତିରେ କଟକ-ସମ୍ବଲପୁର ୫୫ନମ୍ବର ଜାତୀୟ ରାଜପଥ ହେଇ ଘରକୁ ଫେରୁଥିଲେ । ରାତି ପ୍ରାୟ ୩ଟା ୧୫ମିନିଟ ସମୟରେ ନୀଳମାଧବ ବସଟି ଅପ ଲାଇନରେ ୫୫ ନମ୍ବର ଜାତୀୟ ରାଜପଥ ଦେଇ ଫେରୁଥିବା ବେଳେ ସଦର ଥାନା ଅନ୍ତର୍ଗତ ପଞ୍ଚୁପଟି ନିକଟରେ ରୋଡ ଡାଇଭରର୍ସନ ମାର୍କର ନଥିବାରୁ ଡାଉନ ଲାଇନକୁ ଯାଇନପାରି ସିଧାସଳଖ ଭାବରେ ନୂତନ ଭାବରେ ନିର୍ମିତ ହେଉଥିବା ରେଙ୍ଗାଳୀ ବାମ କେନାଲ ଭିତରକୁ ଖସିପଡିଥିଲା ।

ବସଟି ପ୍ରାୟ ୩୦ଫୁଟ ତଳକୁ ପଡିଥିବା ବେଳେ ୨ଜଣ ମହିଳାଙ୍କର ମୃତ୍ୟୁ ଘଟିଥିଲା । ଡାଇଭର୍ସନ ମାର୍କରକୁ ନେଇ ବାରମ୍ବାର ପ୍ରଶ୍ନ ଉଠିଥିଲା । ଏହା ପରେ ପ୍ରଶାସନ ତରଫରୁ ରାସ୍ତା ଉପରେମାଟି ଦିଆଯାଇ ରାସ୍ତାକୁ ବନ୍ଦ କରିଦିଆ ଯାଇଥିବା ବେଳେ ସୂଚନା ଫଳକ ମଧ୍ୟ ଲଗାଇ ଦିଆଯାଇଛି । ଏଭଳି ଯଦି ପୂର୍ବରୁ କରାଯାଇଥାନ୍ତା ତେବେ ଏଭଳି ଅଭାବନୀୟ ଘଟଣା ଘଟିନଥାନ୍ତା ବୋଲି ଆଲୋଚନା ହେଉଛି ।

new life
You might also like
error: Content is protected !!