News
lipub
samparksetu

ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ପରାକ୍ରମ ଦିବସ ପାଳନ

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜୟନ୍ତୀ ସ୍ଥାନୀୟ ନେତାଜୀ ପାର୍କ ଠାରେ ବରିଷ୍ଠ ଆଇନଜୀବି ଦିପ୍ତୀଶ ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ । ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଦେଶ ତାଙ୍କ ନିକଟରେ କୃତଜ୍ଞ ବୋଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରିଗେଡିୟର କାମାକ୍ଷା ପ୍ରସାଦ ସିଂହଦେଓ ଯୋଗଦେଇ କହିଥିଲେ ।

ଫୋରମ ଦ୍ବାରା ଆଜି ଆୟୋଜିତ ନେତାଜୀଙ୍କର ୧୨୫ ତମ ଜୟନ୍ତୀ ଜୟନ୍ତୀ ପାଳନ ଅବସରରେ ନେତାଜୀଙ୍କୁ ଅବିଳମ୍ବେ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରିବା ପାଇଁ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା ଏବଂ ଫୋରମ ପକ୍ଷରୁ ଏହି ମର୍ମରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ରାଜ୍ଯପାଳଙ୍କୁ ଅନୁରୋଧ ପତ୍ର ପଠାଯିବ ।

ଭାରତର ସ୍ୱାଧୀନତା ପାଇଁ ନେତାଜୀ ଯେପରି ଜିଦ୍ଦି ଓ ଆଗ୍ରହର ସହିତ କର୍ମ କରିଥିଲେ ସେହିପରି ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଲଢ଼ିବାପାଇଁ ଫୋରମର ଉପସଭାପତି ପଙ୍କଜ ନାୟକ ଢେଙ୍କାନାଳର ଜନ ସାଧାରଣଙ୍କୁ ଅନୁରୋଧ କରିଥିଲେ ।

ଏହି ଉତ୍ସବରେ ଫୋରମର ନଗର ଶାଖା ଓ ମହିଳା ଶାଖାର କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ ଏବଂ ବିଜେପି ଜିଲ୍ଲା ସଭାପତି ନରେଶ ମହାପାତ୍ର ଉପସ୍ଥିତ ଥିଲେ ।

new life
You might also like
error: Content is protected !!