News
WhatsApp Image 2023-10-04 at 17.25.00
samparksetu

ଖତ ଗାଡ଼ିଆକୁ କେନ୍ଦ୍ର କରି ହତ୍ୟାକାଣ୍ଡ ; ୧୭ ଜଣଙ୍କ ନାମରେ ମାମଲା ରୁଜୁ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ଦରସିଂହା ପଞ୍ଚାୟତ ବାରଘରିଆ ସାହିରେ ଖତ ଗାଡ଼ିଆକୁ କେନ୍ଦ୍ର କରି ଏକ ହତ୍ୟାକାଣ୍ଡ ହୋଇଛି।ଏଥିରେ ବାରଘରିଆ ସାହିର ଧୁବେଇ ପଧାନଙ୍କ ସ୍ତ୍ରୀ ଉମା ପଧାନଙ୍କ ମୃତ୍ୟୁ ହୋଇଛି।

ଅଭିଯୋଗ ଅନୁଯାୟୀ ଘର ପାଖରେ ଥିବା ଖତଗାଡ଼ିଆକୁ ନେଇ ବାରଘରିଆ ସାହିର ଧୁବେଇ ପଧାନ ଓ ମୁଣ୍ଡପୋତା ପଧାନଙ୍କ ପରିବାର ମଧ୍ୟରେ ପୂର୍ବରୁ ଝଗଡା ଲାଗି ରହିଥିଲା।ପୂର୍ବରୁ ରାଗ ରଖିଥିବା ମୁଣ୍ଡପୋତା ପଧାନଙ୍କ ପରିବାର ଓ ଝିଅ ଜ୍ୱାଇଁ ମିଶି ଗତ ୨୪ ତାରିଖ ସନ୍ଧ୍ୟା ସମୟରେ ଧୋବେଇ ପଧାନଙ୍କ ଘର ସାମ୍ନାରେ ଅସଭ୍ୟ ଗାଳି ଗୁଲଜ କରିଥିବାର ଅଭିଯୋଗ ହୋଇଛି ।

ଧୋବେଇ ଏହାର ପ୍ରତିବାଦ କରିବାରୁ ମୁଣ୍ଡପୋତାଙ୍କ ଦୁଇ ପୁଅ ଅଭିମନ୍ୟୁ ପଧାନ ଓ ମନୋଜ ପଧାନ ଦୁଇଟି ବୋମା ପକାଇବା ସହ ତାଙ୍କୁ ମରଣାତ୍ମକ ଆକ୍ରମଣ କରି ତଳେ ପକାଇ ଦେଇଥିଲେ।ତାଙ୍କ ସ୍ତ୍ରୀ ଉମା ପଧାନ ତାଙ୍କୁ ଉଦ୍ଧାର କରିବା ପାଇଁ ଦଉଡ଼ି ଆସିବାରୁ ଅଭିମନ୍ୟୁ ଏକ କଟୁରିରେ ତାଙ୍କ ମୁଣ୍ଡକୁ ହାଣି ଦେଇଥିଲେ।

ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ ,ତାଙ୍କୁ ଉଦ୍ଧାର କରି ପ୍ରଥମେ ପରଜଙ୍ଗ, କାମାକ୍ଷାନଗର ଓ ପରେ କଟକ ମେଡ଼ିକାଲରେ ଚିକିତ୍ସା କରି ଘରକୁ ଆଣିଥିଲେ।

ଗତ ୨୮ ତାରିଖ ରବିବାର ଦିନ ଉମାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ପରିବାର ଲୋକ ପୁଣି ପରଜଙ୍ଗ ଓ ପରେ ତାଳଚେର ମଣ୍ଡାପାଳ ମେଡିକାଲରେ ଭର୍ତି କରିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି ।

ତେବେ ଅଭିଯୋଗକୁ ଆଧାର କରି ପରଜଙ୍ଗ ଥାନା ବାରଘରିଆ ସାହିର ମୁଣ୍ଡପୋତା ପଧାନ, ସ୍ତ୍ରୀ ପ୍ରେମଲତା ପଧାନ, ଓ ତାଙ୍କ ଦୁଇ ପୁଅ ଅଭିମନ୍ୟୁ ପଧାନ,ଓ ମନୋଜ ପଧାନଙ୍କ ସମେତ ବଂରପାଳ ଥାନା ଭୋଗବେରେଣି ଗ୍ରାମର ଝିଅ ରଙ୍ଗବତୀ ନାଏକ,ଜ୍ୱାଇଁ ବାଉରୀ ନାଏକଙ୍କ ନାମରେ ଦଫା-୩୪୧/୨୯୪/୩୨୩/୩୨୪/୩୦୭/୫୦୬/୩୪ ଅନୁଯାୟୀ ମାମଲା ରୁଜୁ ହୋଇଛି। ତେବେ ଉଭୟ ପକ୍ଷରୁ ୧୭ଜଣଙ୍କ ନାମରେ ମାମଲା ହୋଇଥିବା ର ପୋଲିସ ସୂଚନା ଦେଇଛି ।

new life
You might also like
error: Content is protected !!