ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ସାଆନ୍ଦା ଗ୍ରାମପଞ୍ଚାୟରେ ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁଙ୍କ ଦ୍ୱାରା ଆଜି ୬୦ଲକ୍ଷ୍ୟ ଟଙ୍କାର ୧୨ଗୋଟି ପ୍ରକଳ୍ପ ଉଦଘାଟନ ହୋଇଯାଇଛି ।
ସାଆନ୍ଦା ତଳବେରେଣାପାଲା ମଣ୍ଡପ,ବୁଢ଼ାତୋଟା ହରିଜନ ସାହି ମଣ୍ଡପ,ସିଆରୀମାଳିଆ ଶବର ସାହି କୋଠଘର,କଲେଜଛକ ଯାତ୍ରୀ ବିଶ୍ରାମଗୃହ,ହାଇସ୍କୁଲ ନୂତନ ସଭାଗୃହ,ଖେଳ ପଡିଆ ,ମଣ୍ଡପ,ହାଟ ପିଣ୍ଡି,ଦୋକାନ ଗୃହ,ହରିଜନସାହି ମଣ୍ଡପ ଏବଂପଞ୍ଚାୟତ ନୂତନ ଗୃହ ଶୁଭ ଉଦଘାଟନ କରାଗଲା ।
କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ବେହେରା,ବ୍ଲକ ଉପାଧ୍ୟକ୍ଷା ବିଳାସିନୀ ସେଠୀ , ସାଆନ୍ଦା ସରପଞ୍ଚ ଗୌତମ ପାଣି,ଜିଲ୍ଲା ପରିଷଦ ମମତା ପାଣି,ବ୍ଲକ ବିଜୁ ଯୁବ ଜନତା ଦଳ ଉପ ସଭାପତି ସୁତାଂଶୁ ପଣ୍ଡା ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।
