News
WhatsApp Image 2023-10-04 at 17.25.00
samparksetu

” ପିଣ୍ଡୁଳାଏ ନାଲି ରକ୍ତ “

କେଉଁ ଏକ ରାସ୍ତା ବୁଦା ବନେ
ନାଲି ରକ୍ତର ଦିଶେ ପିଣ୍ଡୁଳା ଟିଏ
କ୍ଷତାକ୍ତରେ ଭିଜା ଲାଳ ଆଉ ନାଲି ରକ୍ତ
ଏ ଅବାଂଛିତ ନାଲି ରକ୍ତର ପିଣ୍ଡୁଳା କିଏ ?

ରକ୍ତରେ ଲୁଟପୁଟ ଏ ମାଂସ ଶରୀର
କୁନି ହାତ ଗୋଡ କୁନି ଅଧର
ପରିଟିଏ ପରି ଦିଶେ ଶରୀର
ଶିଶୁ କନ୍ୟା ଥିଲା ମାତୃ ଗର୍ଭର ||

ଶେଷ ହୋଇଯାଏ
ନିଶ୍ୱାସ ନେବା ଆଗରୁ
ଆଖିର ପତା ଖୋଲିବା ଆଗରୁ
ମା ର ସ୍ପନ୍ଦନ ଶୁଣିବା ପୂର୍ବରୁ
ଅବା ବାପାର ଆଙ୍ଗୁଠି ଧରିବା ପୂର୍ବରୁ ||

ଫିଙ୍ଗି ଦିଆ ଯାଏ
କେଉଁ ଏକ ଆବର୍ଜନାରେ
ତାର ଦୋଷ କ’ଣ ବା ଥିଲା ?
ଦୋଷ କଣ ଖାଲି ଝିଅ ଜନ୍ମରେ
ନା ଘୃଣ୍ୟ ସମାଜର ଚିନ୍ତନ ଥିଲା ?

ତଥାବି ………
ଆଜି ମାତୃତ୍ଵ ଶିଶୁ କନ୍ୟା ଵିପକ୍ଷରେ
ପୁତ୍ର ପଛେ ଛାଡୁ ବୃଦ୍ଧାଆଶ୍ରମରେ
ଜେଜେମା ବି ବସେ ନାତି ଅପେକ୍ଷାରେ
ଅଭିଶପ୍ତ ସଜାନ୍ତି ଝିଅ ଜନ୍ମରେ ||

କନ୍ୟା ଜନ୍ମ କଣ ପାପ ଥିଲା ?
ପିଣ୍ଡୁଳାଏ ନାଲ ରକ୍ତରେ
ପିଶାଚ ମାନବ ଶିଶୁ ଶୋଷିଲା …….

new life
You might also like
error: Content is protected !!