ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ତହସିଲ ଅନ୍ତର୍ଗତ କୁଲେଇ ଠାରେ ଥିବା ଜିଏମ ଆଇରନ ଓ ଷ୍ଟିଲ କୋ. ଲିମିଟେଡ କମ୍ପାନୀ ପ୍ରଦୂଷଣ ନିୟନ୍ତ୍ରଣ କରିବା ନିମନ୍ତେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବାରମ୍ବାର ଅଭିଯୋଗ ଆଣୁଛନ୍ତି। ସ୍ଥାନୀୟ ବିଧାୟକଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କମ୍ପାନୀ ଉପରେ କୌଣସି ପ୍ରଭାବ ପଡ଼ିନାହିଁ।
କମ୍ପାନୀରୁ ନିର୍ଗତ ଧୂଆଁ ଓ ଧୂଳି ଯୋଗୁଁ କୂଅ, ପୋଖରୀ, ଚାଷ ଜମି, ବାଡି ବଗିଚା, ରାସ୍ତା ଠାରୁ ଆରମ୍ଭ କରି ଘର ପର୍ଯ୍ୟନ୍ତ ଏକ ଆସ୍ତରଣ ପଡିରହୁଛି। ଲୁଗାପଟା ଶୁଖାଇଲେ କଳା ପଡିଯାଉଛି। ବାଡିରୁ ପରିବା ଗୋଟିଏ ବି ମିଳୁ ନାହିଁ।
ଏ ସମ୍ପର୍କରେ କୁଆଳୋ ପଞ୍ଚାୟତର ଲୋକ ଜିଲ୍ଲାପାଳ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ହେବାର ଅନେକ ଦିନ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ପଞ୍ଚାୟତର ସରପଞ୍ଚ ଆଗାମୀ ୨୭/୧/୨୦୨୧ ତାରିଖ ଦିନ କମ୍ପାନୀ ଫାଟକ ସାମନାରେ ଧାରଣା ଦେବା ପାଇଁ ଜନସାଧାରଣଙ୍କୁ ସହଯୋଗ ଲୋଡିଛନ୍ତି ।
ସୂଚନା ଥାଉ କି ପୂର୍ବରୁ ଆମେ ଏ ସମ୍ପର୍କରେ ଖବର ପ୍ରକାଶ କରିଥିଲୁ ।
