ବାତ୍ୟା ୟସ ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ପ୍ରତିକ୍ରିୟା ଧାମରା ନିକଟରେ ଆସନ୍ତା କାଲି ସକାଳେ ଲ୍ୟାଣ୍ଡଫଲ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଭିତରକନିକା,ଚାନ୍ଦବାଲି ଓ ଧାମରା ରେ ଲ୍ୟାଣ୍ଡଫଲ କରିବ ବୋଲି ଆକଳନ କରି ଆମେ ପ୍ରସ୍ତୁତି ଆରମ୍ଭ କରିଛୁ । ହାଇଯୋନ ରେ କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ଵର ରହିଥିବା ବେଳେ କେନ୍ଦୁଝର, ମୟୁରଭଞ୍ଜକୁ ମଧ୍ୟ ଆଲର୍ଟ କରାଯାଇଛି ।
ଅନ୍ୟପଟେ ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ଼, ଭୁବନ, ଗଁଦିଆ ଏବଂ କାମାକ୍ଷାନଗର ବ୍ଲକ କୁ ଆଲର୍ଟ ରଖିବା ପାଇଁ ନିର୍ଦେଶ ଦିଆଯାଇଛି ସେହିପରି ସୁନ୍ଦରଗଡ ଜିଲ୍ଲା ର ଲହୁଣୀପଡା ଓ ବଣେଇ ଏବଂ ଅନୁଗୁଳର ପାଲଲହଡା ଓ କଣିହାଁ କୁ ମଧ୍ୟ ଆଲର୍ଟ ରଖାଯାଇଛି ।
୩୦ ଟି ଜିଲ୍ଲାରେ ୫୦ ମିଲି ମିଟର ବର୍ଷା ହୋଇଛି, ସେଥିମଧ୍ୟରୁ ଜଗତସିଂହପୁରରେ ସର୍ବାଧିକ ବର୍ଷା ହୋଇଛି । ବର୍ତ୍ତମାନ ଠୁ ପବନ ଆରମ୍ଭ ହୋଇଛି ଆଜି ଅପରାହ୍ନରୁ ପବନର ବେଗ ଆହୁରି ବଢ଼ିବ ।
୫୦ ରୁ ୬୦ ହଜାର ଲୋକ ବର୍ତ୍ତମାନ ସୁଦ୍ଧା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହୋଇ ସାରିଛନ୍ତି, ୮୬୦ ସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳ ରହିଛି ଓ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳ ବି ପ୍ରସ୍ତୁତ ଅଛି । ୬୯୦୦ ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ କରି ରଖିଛୁ, ଯେଉଁଥିରେ ୭.୫୦ ଲକ୍ଷ ଲୋକଙ୍କୁ ରଖିହେବ ।
ଏହା ବାଦ ପବ୍ଲିକ ବିଲିଡଂ ଗୁଡିକୁ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି, ଯାହା ଦ୍ୱାରା ଯେଉଁମାନେ ଶେଷ ମୁହୂର୍ତ୍ତରେ ଚାହିଁବେ ସେମାନଙ୍କୁ ସ୍ଥାନାନ୍ତର କରାଯାଇପାରିବ ।

ଅନ୍ୟପଟେ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରାଙ୍କ ନିର୍ଦେଶ କ୍ରମେ ଏକ ଉଚ୍ଚ ସ୍ଥରୀୟ କମିଟି ଗଠନ କରାଯାଇଛି । ଯେଉଁ ଥିରେ ଜିଲ୍ଲାର ୮ ଜଣ ଉଚ୍ଚ ସ୍ଥରୀୟ ଅଧିକାରୀଙ୍କୁ ୮ ଟି ବ୍ଲକ ର ବ୍ଲକ ନୋଡାଲ ଅଫିସର ଭାବେ ଦାୟିତ୍ବ ଦିଆଯାଇଛି । ସୁପରିଚାଳନା ନେଇ ଦିନକୁ ୨ ଥର ସକାଳ ୭ଟା ଏବଂ ଅପରାହ୍ନ ୩ଟାରେ ଏହି ନୋଡାଲ ଅଫିସର ମାନେ ବ୍ଲକ ସ୍ତରୀୟ ରିପୋର୍ଟ ପ୍ରଦାନ କରିବେ ।
