News
WhatsApp Image 2023-10-04 at 17.25.00
samparksetu

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଢେଙ୍କାନାଳରେ ଭଲିବଲକୁ ପ୍ରୋତ୍ସାହନ

ଏକ ଶତାବ୍ଦୀ ଧରି ଟାଟା ଷ୍ଟିଲରେ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ଓ ସହାୟତାର ଏକ ସୁଦୀର୍ଘ ପରମ୍ପରା ରହିଆସିଛି । ନିଜ ଏକାଡେମୀ ମାଧ୍ୟମରେ ହକି, ଫୁଟବଲ ଓ ତୀରନ୍ଦାଜୀ ଭଳି କ୍ରୀଡ଼ାବିତ୍‌ଙ୍କ ଦକ୍ଷତାର ବିକାଶ କରାଯାଉଥିବାବେଳେ ଏହି ଇସ୍ପାତ କମ୍ପାନୀ ପକ୍ଷରୁ ଏହା କାର୍ଯ୍ୟକ୍ଷେତ୍ରଗୁଡ଼ିକରେ ବିଭିନ୍ନ କ୍ରୀଡ଼ାକୁ ପ୍ରୋତ୍ସାହିତ କରାଯାଉଛି । ଏହି ପରମ୍ପରାକୁ ଆଗେଇ ନେବା ସହିତ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଢେଙ୍କାନାଳର ନରେନ୍ଦ୍ରପୁରଠାରେ ଅବସ୍ଥିତ ଏହାର କାରଖାନା ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ଯୁବ ଭଲିବଲ ଖେଳାଳିମାନଙ୍କ ମାର୍ଗଦର୍ଶନ କରାଯିବା ସହିତ ସେମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଉଛି ।

କମ୍ପାନୀ ଦ୍ୱାରା ପ୍ରଶିକ୍ଷିତ ଜିଲ୍ଲାର ହିନ୍ଦୋଳ ବ୍ଲକ୍‌ର ଦୁଇ ଖେଳାଳି ଯଥା ରଘୁନାଥପୁର ଗ୍ରାମର ଶ୍ରୀ ଆକାଶ ପାତ୍ର ଓ ଖଲିବେରଣା ଗ୍ରାମର ଶ୍ରୀ ସୁବ୍ରତ ବେହେରା ଓଡ଼ିଶା ରାଜ୍ୟ ଭଲିବଲ ଟିମ୍ ପାଇଁ ମନୋନୀତ ହୋଇ ମହାରାଷ୍ଟ୍ରର ଇସଲାମପୁରରେ ମେ ୧୦ ରୁ ୧୫ ମଧ୍ୟରେ ଆୟୋଜିତ ୨୪ତମ ଜାତୀୟ ଯୁବ ଭଲିବଲ ଚମ୍ପିୟାନ୍‌ସିପ୍‌ରେ ରାଜ୍ୟର ପ୍ରତିନିଧିତ୍ୱ କରିଥିଲେ ।

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ କୋଚ୍ ଭାବେ ନିଯୁକ୍ତ ଶ୍ରୀ ଆଶୁତୋଷ ପାତ୍ର ଖେଳାଳିମାନଙ୍କ ସଫଳତା ଉପରେ କହିଛନ୍ତି ଯେ, “ଏହି ପ୍ରତିଭାବାନ ଗ୍ରାମୀଣ ଯୁବ ଖେଳାଳିମାନଙ୍କୁ ବର୍ତ୍ତମାନ ସ୍ତରରେ ପହଞ୍ଚାଇବା ବେଶ୍ ଆହ୍ୱାନମୂଳକ ଥିଲା । ଆବଶ୍ୟକ କ୍ରୀଡ଼ା ଭିତ୍ତିଭୂମି ଅଭାବରେ ପୂର୍ବରୁ ସେମାନେ ନିଜ ଖୁସିରେ ଅବକାଶ ସମୟରେ ଖେଳୁଥିଲେ । ୨୦୧୯ ମସିହାରେ କମ୍ପାନୀ ପକ୍ଷରୁ ଏହି ପଦକ୍ଷେପ ନିଆଯିବା ପରେ ସେମାନେ ଏହି ଖେଳ ଓ ନିଜର ଫିଟନେସ୍ ଉପରେ ଗୁରୁତ୍ୱ ଦେଇଥିଲେ । ମୁଁ ଏହି ଖେଳାଳିମାନଙ୍କ ମଧ୍ୟରେ ଏକ ଉଜ୍ୱଳ ଭବିଷ୍ୟତ ଦେଖିପାରୁଛି” ।

ଟାଟା ଷ୍ଟିଲ ମେରାମଣ୍ଡଳୀକୁ ଏହାର ସହାୟତା ପାଇଁ ଧନ୍ୟବାଦ ଜଣାଇ ଶ୍ରୀ ବେହେରା କହିଛନ୍ତି ଯେ, “ଜାତୀୟ ସ୍ତରରେ ଓଡ଼ିଶାର ପ୍ରତିନିଧିତ୍ୱ କରିବା ମୋ ପାଇଁ ଏକ ଚତ୍ମକାର ଅନୁଭୂତି ଥିଲା । ମୋର କଠିନ ପରିଶ୍ରମ ଓ କୋଚ୍‌ଙ୍କ ମାଗଦର୍ଶନ ଯୋଗୁଁ ଏହା ସମ୍ଭବ ହୋଇପାରିଥିଲା । ସମସ୍ତ ସହାୟତା ପାଇଁ ମୁଁ ଟାଟା ଷ୍ଟିଲ ମେରାମଣ୍ଡଳୀକୁ ଧନ୍ୟବାଦ ଜଣାଉଛି” ।

ଆଶୁତୋଷ ପାତ୍ରଙ୍କ ଦ୍ୱାରା ପ୍ରଶିକ୍ଷିତ ସରପା ଗ୍ରାମର ଶ୍ରୀ ଆଶୀଷ ଭୂତିଆ ହେଉଛନ୍ତି ଆଉ ଏକ ଯୁବ ପ୍ରତିଭା, ଯିଏକି ଗତ ମାସ ଜାତୀୟ ଭଲିବଲ ଚମ୍ପିୟାନ୍‌ସିପ୍‌ରେ ଓଡ଼ିଶାର ପ୍ରତିନିଧି୍‌ତ୍ୱ କରିଥିଲେ । ଏହାବ୍ୟତୀତ ଟାଟା ଷ୍ଟିଲ ମେରାମଣ୍ଡଳୀ ସହାୟତାରେ ପ୍ରଶିକ୍ଷଣ ହାସଲ କରିଥିବା ଏହି ଅଞ୍ଚଳର ଅନେକ ଖେଳାଳି ଜିଲ୍ଲା ଓ ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟ ଓ ଚମ୍ପିୟାନ୍‌ସିପ୍‌ରେ ଅଂଶଗ୍ରହଣ କରିଛନ୍ତି ।

ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ହୋଇ ଚଳିତ ମାସ ମେ ୧୬ ତାରିଖରେ ସମାପ୍ତ ହୋଇଥିବା ଭୁବନେଶ୍ୱର ଜୋନ୍ ସପ୍ତାହାନ୍ତ ଭଲିବଲ କ୍ରୀଡ଼ା ଟୁର୍ଣ୍ଣାମେଣ୍ଟରେ ଟାଟା ଷ୍ଟିଲ ମେରାମଣ୍ଡଳୀ ମାର୍ଗଦର୍ଶନ ଓ ପ୍ରଶିକ୍ଷଣରେ ଖେଳୁଥିବା ୧୪ ବର୍ଷରୁ କମ୍ ବାଳକ ଟିମ୍ ଚମ୍ପିୟାନ୍ ଆଖ୍ୟା ହାସଲ କରିଛି ।

୨୦୧୯ ମସିହା ଜୁନ୍ ମାସରୁ କାରଖାନା ପାଶ୍ୱର୍ବର୍ତ୍ତୀ ୫ଟି ଗ୍ରାମ ପଞ୍ଚାୟତ ଯଥା ମଙ୍ଗଳପୁର ନୂଆହାଟ, ନୂଆଗାଁ, ଶିବପୁର, ପାଇକପୁରୁଣାକୋଟ ଏବଂ କୁଶୁପଙ୍ଗାର ୧୫ଟି ଗ୍ରାମର ଖେଳାଳିମାନେ ଜାତୀୟ ସ୍ତରର କୋଚ୍ ଶ୍ରୀ ଆଶୁତୋଷ ପାତ୍ରଙ୍କଠାରୁ ପ୍ରଶିକ୍ଷଣ ହାସଲ କରୁଛନ୍ତି । ପ୍ରାୟ  ୫୮୦ ଜଣ ଉତ୍ସାହୀ ପୁରୁଷ ଓ ୭୦ ଜଣ ମହିଳା ଭଲିବଲ ଖେଳାଳି ନିୟମିତ ଭାବେ ପ୍ରଶିକ୍ଷଣ ଓ ଫିଟନେସ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଆସୁଛନ୍ତି । ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ସେମାନଙ୍କ ଆଶା ପୂରଣ କରିବା ପାଇଁ ଆବଶ୍ୟକ ଭିତ୍ତିଭୂମି ଯଥା କ୍ରୀଡ଼ା ଉପକରଣ, ଭଲିବଲ କୋର୍ଟ ସହିତ ସ୍ଥାନୀୟ ଅଞ୍ଚଳରେ ଭଲିବଲର ପ୍ରସାର ପାଇଁ କୋଚ୍ ଶ୍ରୀ ଆଶୁତୋଷ ପାତ୍ରଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ କାର୍ଯ୍ୟରେ ନିୟୋଜିତ କରାଯାଇଛି । ଏହି ଖେଳାଳିମାନଙ୍କୁ ଜୁନିୟର, ସବ୍‌-ଜୁନିୟର ଓ ସିନିୟର ବର୍ଗରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ।

ଏହାପୂର୍ବରୁ ଆବଶ୍ୟକ ଭିତ୍ତିଭୂମିର ଅଭାବ ଯୋଗୁଁ ଖେଳାଳିମାନେ ସନ୍ଧ୍ୟା ସମୟରେ ଖେଳିବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିଲେ । କମ୍ପାନୀ ପକ୍ଷରୁ ଖଲିବେରଣା ଓ ମଙ୍ଗଳପୁର ଗ୍ରାମରେ ଦୁଇଟି ସୌରଚାଳିତ ଲାଇଟ୍ ବ୍ୟବସ୍ଥା ଥିବା ଭଲିବଲ କୋର୍ଟ ବିକଶିତ କରାଯାଇଛି, ଯାହାଫଳରେ ଖେଳାଳିମାନେ କୌଣସି ବାଧାବିଘ୍ନ ବିନା ଅଭ୍ୟାସ କରିପାରୁଛନ୍ତି । ସ୍ଥାନୀୟ କ୍ରୀଡ଼ା ପ୍ରତିଭାଙ୍କୁ ପ୍ରେତ୍ସାହିତ କରିବାର ପ୍ରତିଶ୍ରୁତି ସହିତ ଭଲିବଲ ଧିରେ ଧିରେ ଏହି ଅଞ୍ଚଳରେ ଗ୍ରାମୀଣ କ୍ରୀଡ଼ା ଦୃଶ୍ୟପଟ୍ଟକୁ ରୂପାନ୍ତରିତ କରୁଛି ।

new life
You might also like
error: Content is protected !!