କାନରେ ‘ ମଧୁର ‘ ସ୍ଵର ‘ ଅଜାଡ଼ି ଦେଉଛ ‘
କୋଇଲି ‘ ଗାଉଛି ‘ ଅବା ‘ ତୁମେ ଗାଉଅଛ ‘
ମୁଁ ଅଛି ‘ ସ୍ଵପ୍ନର ‘ ରାତ୍ରି; ‘ ଆଉ ତୁମେ ଅଛ
ଚନ୍ଦ୍ରର ଜ୍ୟୋତ୍ସ୍ନାରେ ସତେ ଗାଧୋଇ ଆସିଛ’
ତୁମରି ‘ ସ୍ଵରରେ ‘ ସଂଧ୍ୟା ‘ ହଜି ହଜି ଯାଏ
ଏକାରେ ‘ ତୁମରି ‘ ସ୍ଵପ୍ନ ‘ ଋତୁ ଦେଖୁଥାଏ
ନିର୍ଗତ ‘ ଜଳର’ ମିଠା ‘ ଶବଦରେ ଥାଏ’
ତୁମରି’ ସ୍ଵର କି ‘ ଯାହା ‘ ମନ ଶୁଣିଥାଏ’
ଫୁଟିଲା ‘ ଫୁଲ କି ‘ ତୁମେ ‘ ଖୁସିରେ ହସିଲ ?
କୋଇଲି ‘ ଗାଇଲା ‘ ଅବା ‘ ତୁମେ ଗାଇଦେଲ?
ଏକାନ୍ତ’ ରାତ୍ରିରେ’ ଥିଲି’ ସାଥେ ତୁମେ ଥିଲ’
ଜ୍ୟୋତ୍ସ୍ନାରେ’ ଚନ୍ଦ୍ରର ‘ ଲାଗୁ ‘ ଥିଲା ଗାଧେଇଲ’
ଓଠରୁ ‘ ଆହା କି’ ଶବ୍ଦ ‘ ବାହାରି ଯାଉଛି!
ଲାଗୁଛି ‘ ଅନ୍ଧାରୁ ‘ ଚନ୍ଦ୍ର ‘ ଉଦୟ ହେଉଛି।
ଗାଇନା ‘ ବୋଲିକି ‘ ମନ’ ବାଦ୍ୟର ଭାଙ୍ଗିଛି’
ଧରିକି ‘ ତୁମରି ‘ ହାତ ‘ ଗୀତ ଚାଲୁଅଛି’
ତୁମକୁ’ ଅମୂଲ୍ୟ ‘ ସଦା ‘ ମୁହିଁ ପାଇଥାଏ
କୋକିଳ’ କଣ୍ଠର’ ପୁଣି ‘ ଉପମା ବି ଦିଏ
ଯେଉଁଠି’ ତୁମେ ମୁଁ ‘ ସେହି ‘ ଠାରେ ରହିଥାଏ
ମନ ମୋ ‘ ତୁମକୁ ‘ ପାଇ ‘ ଦୋଳି ଖେଳିଥାଏ
ମୋ ଚାରି’ ପଟରେ ‘ ବାସ୍ନା ‘ ବିଛାଇ ରଖିବ
ଏମିତି ‘ ବାଇୟା ‘ ମୋତେ ‘ ବନେଇ ରଖିବ
କଅଣ’ ପ୍ରେମରେ’ ଆଉ ‘ ଅଧିକ ଦେଖିବ?
ତୁମରି ‘ ଗୀତର ‘ ଭକ୍ତ ‘ ବନେଇ ରଖିବ..।
ହଜିକି’ ମୋ ଠାରେ’ ଆସି’ କହରେ କିଛି ତ’
ଛଡ଼େଇ’ କୋଇଲି’ ଠାରୁ’ ଶୁଣେଇ ଯା ଗୀତ’
ଏକାନ୍ତ’ କୋଠରୀ’କୁ ମୋ’ ଥରୁଟେ ଆସନ୍ତ
ଏଠାରେ’ ଲୋକଙ୍କ’ ହୁଏ’ ନାହିଁ ଆତ ଯାତ !
✍️ ଫକୀରୁଦ୍ଦୀନ୍ ଖାନ୍