News
WhatsApp Image 2023-10-04 at 17.25.00
samparksetu

ରାକ୍ଷୀ

ଭାଇ ଭଉଣୀର ପବିତ୍ର ବନ୍ଧନ
ଆସିଛି ରାକ୍ଷୀ
ବାନ୍ଧୁଛି ସମ୍ପର୍କ ସ୍ନେହ ଶ୍ରଦ୍ଧା କେତେ
ଅନ୍ତରେ ରଖି
ଭାଇ ଭଉଣୀ ଗୋଟିଏ ଡାଳର
ଦୁଇଟି ପକ୍ଷୀ ।
କେତେ ସ୍ଵଛ କେତେ ମହାନ ବନ୍ଧନ
ଏ ଦିନ ସାକ୍ଷୀ ।
ଆସୁ ଯେତେ ଝଡ଼ ଝଞ୍ଜା ବି ଜୀବନେ
ମୋ ଭାଇ ଥିବ
ଆଶା କେତେ ମନେ ଭଉଣୀ ରଖିଛି
ସେ ପ୍ରେମ ଭାବ ।
ବିଶ୍ୱାସ ରଜ୍ଜୁରେ ବନ୍ଧା ଏ ବନ୍ଧନ
ଅପୂର୍ବ ରାକ୍ଷୀ
ସଂପର୍କ ଡୋରୀରେ ଜଣେତ ଜଣକୁ
ବାନ୍ଧିଛି ରଖି ।
କୋଟିରେ ଗୋଟିଏ ମୋ ଭାଇ କାଳିଆ
ମୁ ତା ସୁଭଦ୍ରା
ଭାଇ ଭଉଣୀ ପାର୍ଶ୍ଵ ଦୁଇ ହେଲେ
ଗୋଟିଏ ମୁଦ୍ରା ।
ରାକ୍ଷୀ ସୂତା ନୁହେଁ ଏଇ ସ୍ନେହ ମୋର
ଜାଣିଥା ଭାଇ
ମାନ ରଖି ମୋତେ କରିନେବୁ ତୋର
ଦେହର ଛାଇ ।
ସଜେଇଛି ମୁହିଁ ପୂଜା ଥାଳି ଆଉ
ଫୁଲ ଚନ୍ଦନ
ଶୁଭ ମନାସି ମୁଁ ତୋ ସୁଖ ଚାହୁଁଛି
ତୁ ମୋର ଧନ ।
ତୁ ଥିଲେ ଲାଗେନା ଡର ମୋତେ ଜାଣ
ରକ୍ଷା କବଚ
ଅମଳିନ ଆମ ଅନ୍ତର ଦୁଇରେ
ସମ୍ପର୍କ ସ୍ଵଛ ।
ଏତିକି କରୁଛି କାମନା ତୋ ପାଇଁ
ମୁଁ ଦିନ ରାତି
ମୋ ଭାଇ କୋଟିରେ ଗୋଟିଏ ହେବ ତ
ଢାଳୁଛି ଭକ୍ତି ।
ନେଇ ତୋର ପ୍ରେମ ଭକ୍ତି ଶ୍ରଦ୍ଧା କେତେ
ସୁଝିବି ଋଣ
ବିପଦେ ଆପଦେ ପାଖେ ସଦା ଥିବି
ଖାଉଛି ରାଣ ।

✍️ ଅଜିତ କୁମାର୍ ଦାସ

new life
You might also like
error: Content is protected !!