News
WhatsApp Image 2023-10-04 at 17.25.00
samparksetu

ମୃତ୍ୟୁ ସହ ଲଢେ଼ଇ କରୁଛି ଘରର ଏକମାତ୍ର ରୋଜଗାରିଆ ପୁଅ, ସହାୟତା ପାଇଁ ବାପା ମାଙ୍କ ଆକୁଳ ନିବେଦନ

ଢେଙ୍କାନାଳ ଜିଲ୍ଲା ସାଆନ୍ଦା ପଞ୍ଚାୟତ ତଳବେରଣା ଗ୍ରାମର ବାସୀନ୍ଦା ଅଜିତ ପଣ୍ଡା ଓ ସୁସ୍ମିତା ପଣ୍ଡା ଘରେ ଦୁଃଖ କଷ୍ଟ କହିଲେ ବିଶେଷ କିଛି ନାହିଁ । ଗୋଟିଏ ବୋଲି ରୋଜଗାରିଆ ପୁଅ ରଞ୍ଜିକ୍ରିଷ୍ଣା ପଣ୍ଡା ପରିବାରର ସୁଖ ଦୁଃଖ ର ସାହା । ଅନୁଗୁଳରେ ଗୋଟିଏ ଗ୍ରୋସରୀ ଏବଂ ପାନ ଦୋକାନ ଟିଏ କରି ପରିବାରର ପ୍ରତିପୋଷଣ କରିଥାନ୍ତି ହେଲେ ଗତ ମେ ୯ ତାରିଖ ଦିନ ଏକ ଦୁର୍ଘଟଣାରେ ରଞ୍ଜିକ୍ରିଷ୍ଣା ଗୁରୁତର ଅବସ୍ଥାରେ କଟକ ସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ।

ବିଏସକେୱାଇ କାର୍ଡ ଯୋଜନା ରେ ତାଙ୍କର ଚିକିତ୍ସା ହୋଇଥିଲେ ମଧ୍ୟ କାର୍ଡ ର ସମସ୍ତ ରାଶି ସାରିଯାଇଥିଲା ହେଲେ ରଞ୍ଜିକ୍ରିଷ୍ଣା ଙ୍କ ସ୍ୱାସ୍ଥ୍ୟ ରେ କୌଣସି ସୁଧାର ଆସିପାରି ନଥିଲା ଶେଷକୁ ମେଡିକାଲ ବେଡ଼ ଖର୍ଚ୍ଚ ବହନ କରିନପାରି ତାଙ୍କୁ ନିକଟସ୍ତ ଭାଇ ଘରକୁ ପରିବାର ଲୋକେ ଆଣିଆସିଛନ୍ତି । ହେଲେ ଏବେ ବେଡ଼ ରେ ପଡିପଡ଼ି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ରଞ୍ଜିକ୍ରିଷ୍ଣା ।

new life
You might also like
error: Content is protected !!