କେବଳ ପୁରୀରେ ହେବ ରଥଯାତ୍ରା । ଗତବର୍ଷ ଭଳି ଚଳିତ ବର୍ଷ ବି ବିନା ଭକ୍ତରେ କେବଳ ପୁରୀ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ । ୨ଟି ଡୋଜ କରୋନା ଟିକା ନେଇଥିବା ସେବାୟତମାନେ ଏହି ଯାତ୍ରାରେ ସାମିଲ ହେବେ । ଯଦି ୨ଟି ଡୋଜ ଟିକା ନେଇ ନଥିବେ ତେବେ ଯାତ୍ରାର ୪୮ ଘଣ୍ଟା ପୂର୍ବରୁ ସେବାୟତଙ୍କ କରୋନା ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଥିବା ଜରୁରୀ ।
ଗୋଟିଏ ରଥରେ ୫୦୦ଲୋକରୁ ଅଧିକ ରହିବେ ନାହିଁ । ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବନାହିଁ । କିନ୍ତୁ ମନ୍ଦିର ଭିତରେ ହେବାକୁ ଥିବା ନୀତିକାନ୍ତି ସମ୍ପନ୍ନ ହେବ। ମନ୍ଦିର ବାହାରେ କୌଣସି ନୀତିକାନ୍ତି ହେବ ନାହିଁ । ପୁରୀରେ ରଥଯାତ୍ରା ସମୟରେ କର୍ଫ୍ୟୁ ଲାଗୁ ହେବ, ଏସଆରସି ପ୍ରଦୀପ ଜେନାଙ୍କ ସୂଚନା ।
ଅନ୍ୟପଟେ ଢେଙ୍କାନାଳ ରଥଗଡାରେ ପ୍ରରିବର୍ଷ ପରି ରଥକାମ ଜୋରସୋରରେ ଚାଲୁଥିବା ବେଳେ ଏଭଳି ଖବର ଚକିତ କରିଛି । ହେଲେ କୋଭିଡ୍ ସଂକ୍ରମଣ କୁ ଦୃଷ୍ଟି ରେ ରଖି ଏହି ପଦକ୍ଷେପ କୁ ସ୍ୱାଗତ କରାଯାଇଛି । ତେବେ ଗତବର୍ଷ ପରି ସିଦ୍ଧ ବଳରାମ ଜୀୟୁ ଙ୍କ ମନ୍ଦିର ଭିତରେ ନୀତିକାନ୍ତି ହୋଇପାରେ ବୋଲି ଅନୁମାନ କରାଜାଉଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।
