News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ର ପ୍ରଭାବ ; ପୁନଃନିର୍ମାଣ ହେଲା ସୁରକ୍ଷା ବାଡ଼

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ଗ୍ରାମର ରେଙ୍ଗାଳି କେନାଲ ଉପରେ ନିର୍ମିତ ପୋଲର ଦୁଇ ପାର୍ଶ୍ଵରେ ଥିବା ୨୫ ବର୍ଷ ପୁରୁଣା ସୁରକ୍ଷା ବାଡ଼ । ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଜୀବନ ହାନିର ଆଶଙ୍କା ମଧ୍ଯ ସୃଷ୍ଟି ହୋଇଥିଲା । ନିକଟ ଅତୀତରେ ଦୁର୍ଘଟଣା ଘଟିବା ପରେ ଆମ ସହ ଯୋଗାଯୋଗ କରିଥିଲେ ଗ୍ରାମର କିଛି ଯୁବଗୋଷ୍ଠୀ ।

ପୂର୍ବରୁ ପ୍ରସାରିତ ହୋଇଥିବା ଖବର

ତେବେ ଏହି ସମସ୍ୟା ବିଷୟରେ ଆମେ ୧୭ ଅଗଷ୍ଟ ରେ ଢେଙ୍କାନାଳ ଅପଡେଟ୍ ରେ ଖବର ପ୍ରକାଶ କରିବା ସହ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ ।

ଢେଙ୍କାନାଳ ଅପଡେଟ୍ ଖବର ପ୍ରକାଶ କରିବା ପରେ ସୁରକ୍ଷା ବାଡ଼ ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଯାହା ଏବେ ଶେଷ ହୋଇଛି । ଏଥିରେ ଖୁସି ବ୍ୟକ୍ତ କରିବା ସହ ଢେଙ୍କାନାଳ ଅପଡେଟ୍ କୁ ଧନ୍ୟବାଦ ଜଣାଇଛନ୍ତି ।

new life
You might also like
error: Content is protected !!