News
WhatsApp Image 2023-10-04 at 17.25.00
samparksetu

ଫେରାର ବେପାରୁଆ ଗାଡ଼ି ଚାଳକଙ୍କ ଶେଷ ଠିକଣା, ଢେଙ୍କାନାଳ !

ପ୍ରଧାନମନ୍ତ୍ରୀଙ୍କ ଥିଲା ଦିନିକିଆ ଓଡ଼ିଶା ଗସ୍ତ । ସୁରକ୍ଷା ବଳୟ ଭିତରେ ଥାଏ ସ୍ମାର୍ଟସିଟି ଭୁବନେଶ୍ୱର । ମିଳିଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ମୁତୟନ ହୋଇଥିଲେ ୮୧ ପ୍ଲାଟୁନ୍ ଫୋର୍ସ, ୧୧ ଡିସିପି ପଦାଧିକାରୀ ଅଫିସର, ୨୨ ଅତିରିକ୍ତ ଡିସିପି, ୬୬ ଏସିପି, ୧୦୦ ଆଇଆଇସି, ୩୦୦ ବରିଷ୍ଠ ପୋଲିସ ଅଧିକାରୀ । ବିମାନବନ୍ଦରଠୁ ଜନତା ମୈଦାନ ଓ ଗାଡ଼କଣ ପର୍ଯ୍ୟନ୍ତ ନୋ ଫ୍ଲାଇଂ ଜୋନ୍ ରହିବ । ବ୍ୟାପକ ମହିଳା ପୋଲିସ ସହ ସାଧା ପୋଷାକରେ ରହିଥିଲେ ପୋଲିସ। ସେହିପରି ଓଡ୍ରାଫ ଏବଂ ୬ କମ୍ପାନୀ ସିଆରପିଏଫ୍ ମଧ୍ୟ ମୁତୟନ ରହିବେ ବୋଲି ପୋଲିସ କମିଶନର ସୂଚନା ଦେଇଥିଲେ ।

ତେବେ ୧୬ ସେପ୍ଟେମ୍ବର ୨୦୨୪ ଦିନ ସକାଳୁ ଏକ ଭାଇରାଲ ଭିଡିଓ ସମସ୍ତଙ୍କୁ ଚକିତ କରିଥିଲା । ଭାଇରାଲ ଭିଡିଓରେ କିଛି ଯୁବକ ଏକାଧିକ ଗାଡିକୁ ଭୁବନେଶ୍ୱର ମୁଖ୍ୟ ରାସ୍ତାଉପରେ ବେପାରୁଆ ଭାବେ ଚଲାଉଥିବାର ଦେଖାଯାଇଥିଲା । କେତେବେଳେ ଗାଡି ଗୁଡିକ ମଝିରେ ମଝିରେ ଫୁଟପାଥ ଉପରକୁ ଉଠାଇ ଦେଉଥିଲେ ତ କେତେବେଳେ କାହାକୁ ଓଭରଟେକ କରି ସାଇଡ ମାରୁଥିଲେ । ଵ୍ୟସ୍ତ ବହୁଳ ସମୟରେ କିଛି ଏଭଳି ଷ୍ଟଣ୍ଟ ଦେଖାଉଥିଲେ ଏହି ଯୁବଗୋଷ୍ଠୀ ।

ତେବେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ, ଡିଜିପି ୱାଇବି ଖୁରାନିଆ ଏ ବିଷୟରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଡିସିପିଙ୍କ ସ୍ପେଶାଲ୍ ସ୍କ୍ବାର୍ଡ ପ୍ରଥମେ ୨ଟି ଗାଡ଼ି ଜବତ କରିବା ସହ ୪ ଜଣଙ୍କୁ ଧରିଥିଲା। ଲକ୍ଷ୍ମୀସାଗର ଥାନା ପୁଲିସ୍ ଆଉ ଏକ କାର (ସଫାରୀ) ଗାଡ଼ି ଓ ଫୟାଜ ଖାଁ ନାମକ ଜଣେ ଯୁବକଙ୍କୁ ଧରି ଖାରବେଳ ନଗର ଥାନା ଜିମା ଦେଇଥିଲା । ଅନ୍ୟପଟେ ଆଇ-୨୦ କାର୍‌ରେ ଅନ୍ୟ ଯୁବକମାନେ ଫେରାର ହୋଇଯାଇଛନ୍ତି ।


ତେବେ ସେମାନଙ୍କ ଲୋକେସନ ଟ୍ରାକିଙ୍ଗ କରାଯାଇଥିବା ବେଳେ, ଶେଷ ଲୋକେସନ୍‌ ଢେଙ୍କାନାଳ ଥିବାର ଜାଣିବାକୁ ପାଇଛି ପୋଲିସ୍ । ଏହାପରେ ସେମାନେ କେଉଁଠି ଲୁଚି ରହିଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ । ସେମାନଙ୍କୁ ଧରିବାକୁ ଓଡ଼ିଶାପୋଲିସ୍ ଏକ ସ୍ୱତନ୍ତ୍ର ଟିମ୍ ଗଠିତ କରିଥିଵାର ଜଣାପଡ଼ିଥିବା ବେଳେ, ଫେରାର ଅଭିଯୁକ୍ତ ମାନେ ଖୁବଶୀଘ୍ର ଧରାପଡିବେ ବୋଲି ଭୁବନେଶ୍ବର ଡିସିପି ପ୍ରତିକ ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

new life
You might also like
error: Content is protected !!