ଅନ୍ତ ନଥିଲା ସେ ଅପେକ୍ଷାର
ଜଳୁଥିଲା ଅନ୍ତରାତ୍ମା
କେବଳ ଅନୁଭବି ହିଁ ବୁଝିପାରିବ
ସେ ଦହନର ଜ୍ଵାଳା
ମୁହୂର୍ତ୍ତ ମୁହୂର୍ତ୍ତ ସ୍ମୂତିର ପ୍ରାଙ୍ଗଣ ରେ
କୁହୁଳୁ ଥିବା ସେଇ ସେଇ ଅଗ୍ନିର ଦାଉ
ହୃଦୟର ପ୍ରତିଟି ପୃଷ୍ଠାରେ
ପ୍ରତିଦିନ ସ୍ଥାନିତ ହେଉଥିବା
ସେହି ଗୋଟିଏ କାହାଣୀର ସ୍ଥିରତା
ଯାହା ଜୀବନ ଅଟକି ଯିବା ପରି
ଭ୍ରମ ସୃଷ୍ଟି କରୁଥିଲା
ଋତୁ ପରେ ଋତୁ ଆସୁଥିଲା
ରଙ୍ଗ ବଦଳଉ ଥିଲେ ଆକାଶ ଓ ପୃଥିବୀ
ଓ ମୁଁ ଏକ ଅଦୃଶ୍ୟ ସ୍ତମ୍ଭ ପରି
ଠିଆ ହୋଇଥିଲି ଜୀବନର ରାସ୍ତାରେ
ବାସ୍ ଗୋଟେ ଅପୂରଣୀୟ ଆଶା କୁ
ପୂରଣ କରିବାର ସାହସ ନେଇ
ସମୟର ବେଗ ଅସ୍ତବ୍ୟସ୍ତ
କରି ପକଉଥିଲା ମୋର ଦୃଢ ଭାବନା
ତା ସାଥେ ସାଥି ହୋଇ ଚାଲି ପାରିବାର
ଆଉ ସାହସ ନଥିଲା
ହେଲେ ଅଟକିବାକୁ ଦଉନଥିଲା
ବାକି ରହିଥିବା ଜୀବନ ।।
✍️ ମନୀଷା ତ୍ରିପାଠୀ