News
WhatsApp Image 2023-10-04 at 17.25.00
samparksetu

ଗ୍ରୀଲ୍ ତାଡି ଘରେ କଳା କନା ବୁଲାଇଲେ ଲୁଟେରା

ଗ୍ରୀଲ୍ ତାଡି ଘରେ କଳା କନା ବୁଲାଇଲେ ଲୁଟେରା । ଘରେ ପଶି ଟଙ୍କା, ସୁନା ଅଳଙ୍କାର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଢେଙ୍କାନାଳ ସହରର କଣ୍ଟାନାଳୀ ଅଞ୍ଚଳରେ ରବିବାର ରାତିରେ ଲୁଟେରାମାନେ ଏହି ଲୁଟ୍ କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ , କଣ୍ଟାନାଳୀ ଅଞ୍ଚଳରେ ତ୍ରିଲୋଚନ ସ୍ବାଇଁ ନାମକ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଘରେ ଲୁଟ୍ ହୋଇଛି । ଘରୁ ଆଲମିରା ଲକର ଭାଙ୍ଗି ସୁନା ଓ ରୁପା ଅଳଙ୍କାର, ପ୍ରାୟ ୩୦ ହଜାର ଟଙ୍କା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍ ହୋଇଥିବା ଜଣାପଡିଛି । ସୋମବାର ସକାଳେ ଖବର ପାଇ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତାଙ୍କ ପୁଅ-ବୋହୂ ଘରେ ନଥିବା ବେଳେ ଗତ ରାତିରେ ବାଡ଼ି ପଛପଟ ଗ୍ରୀଲ୍ ତାଡି ଘରେ ପଶିଥିଲେ ଲୁଟେରା । ପରେ ତ୍ରିଲୋଚନ ଓ ତାଙ୍କ ପତ୍ନୀ ଶୋଇବା ଘରୁ ବହାରପଟୁ ବନ୍ଦ କରି ଦେଇ ଲୁଟେରାମାନେ ଲୁଟ୍ କରିଥିବା ଜଣାପଡ଼ିଛି ।

new life
You might also like
error: Content is protected !!