News
WhatsApp Image 2023-10-04 at 17.25.00
samparksetu

ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣରଙ୍କ ଢେଙ୍କାନାଳ ଗସ୍ତ

ରୋଟାରୀ ଜିଲ୍ଲା ୩୨୬୨ର ଗଭର୍ଣ୍ଣର ରୋଟାରିଆନ୍ ପ୍ରଭୁଦତ ସୁବୁଧି ଗତକାଲି ଅପରାହ୍ନରେ ଢେଙ୍କାନାଳ ରୋଟାରୀ କ୍ଲବ୍ ଦ୍ୱାରା ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମର ସମୀକ୍ଷା ନିମନ୍ତେ ଢେଙ୍କାନାଳ ଗସ୍ତ କରିଥିଲେ । ଅପରାହ୍ନ ୫ ଘଟିକା ସମୟେ ସ୍ଥାନୀୟ ହୋଟେଲ୍ ଆର୍‌.କେ.ରେଜେନ୍ସି ସମ୍ମିଳନୀ କକ୍ଷରେ ଆୟୋଜିତ ବ୍ଲକ୍ ଆସେମ୍ବଲିରେ ଗଜମରାସ୍ଥିତ ରୋଟାରୀ କମ୍ୟୁନିଟି କର୍ପସ୍ ସ୍ୱେଚ୍ଛାସେବୀ ମାନଙ୍କର ନିଷ୍ଠା, ସାଂଗଠନିକ ଦକ୍ଷତାର ପ୍ରଶଂସା କରିଥିଲେ ।

କମ୍ୟୁନିଟ୍ ବେସ୍‌ଡ୍ ରୋଟାରକ୍ଟର ବ୍ଲକ୍‌ର ଯୁବ ସଦସ୍ୟମାନଙ୍କୁ
ଦେଶ ଗଠନରେ ବ୍ରତୀ ହେବାକୁ ଆହ୍ୱାନ ଦେଇଥିଲେ । ତତ୍‌ସହିତ ରୋଟାରୀ କ୍ଲବ୍ ଢେଙ୍କାନାଳର ବିଭାଗୀୟ ଡାଇରେକ୍ଟର ଓ କମିଟି
ଅଧ୍ୟକ୍ଷମାନଙ୍କ କାର୍ଯ୍ୟବଳୀ ଏବଂ କ୍ଲବ୍‌ର ଆୟବ୍ୟୟର ସମୀକ୍ଷା କରିଥିଲେ । ସଂଧ୍ୟା ୭ ଘଟିକା ସମୟରେ ରୋଟାରୀ କ୍ଲବ୍ ପରିସରରେ, ସଭାପତି ରୋଟାରିଆନ୍ ଡା. ବଳଭଦ୍ର ରାମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି, ସମଗ୍ର ବିଶ୍ୱର ଭବିଷ୍ୟତ “ଆଲଫା ଜେନେରେସନ୍‌” ହାତରେ ନ୍ୟସ୍ତ,ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଅଭିବୃଦ୍ଧି, କୁଶଳୀ ମାନବ ସମ୍ବଳ ଓ ବିକଶିତ ଯୁବସମାଜ ହିଁ ପ୍ରଗତିର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ।

ଢେଙ୍କାନାଳ ପରି ଏକ ବିକାଶଶୀଳ ଜିଲ୍ଲାରେ ଲୋକଙ୍କର ମୌଳିକ ଆବଶ୍ୟକତା, ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ବିକାଶ ଧାରାରେ
ରୋଟାରୀ କ୍ଲବ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।ରୋଟାରିଆନ୍‌ ମାନେ ସାମାଜିକ ଉତରଦାୟିତ୍ୱ ସ୍ୱରୂପ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।

new life
You might also like
error: Content is protected !!