ଦେଶ ପାଇଁ ଲଢ଼ିବା ଭାଗ୍ୟରେ ଥିଲେ ମିଳେ । ସହିଦ ହେବା ର ସୌଭାଗ୍ୟ ସମସ୍ତଙ୍କ ଭାଗ୍ୟରେ ନଥାଏ । ସହିଦଙ୍କ ନାଁ ନେବା ବେଳେ ଶରୀର ଶିହରୀ ଉଠେ । ସରକାର ସହିଦଙ୍କ ସମ୍ମାନାର୍ଥେ ଦେଶର ପ୍ରମୁଖ ସ୍ଥାନରେ ସହିଦ ମୀନାର ତ ସ୍ତମ୍ଭ ନିର୍ମାଣ କରିଛନ୍ତି । ସେମାନଙ୍କ ବଳିଦାନକୁ ମନେପକାଇବା ପାଇଁ ଏହା ଉଦ୍ଧିଷ୍ଟ । ଦେଶର ବିଭିନ୍ନ ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ଏହି ପରି ସ୍ମୃତି ସ୍ତମ୍ଭ ବା ପୀଠ ସେହି ବୀର ଯବାନଙ୍କ ବିଜୟଗାଥାକୁ ସ୍ମରଣ କରି ଥାଏ ।
ଆମ ଜିଲ୍ଲାର ସହିଦ ମାନଙ୍କ ସମ୍ମାନାର୍ଥେ ଢେଙ୍କାନାଳ ବସଷ୍ଟାଣ୍ଡ ନିକଟରେ ଏକ ସହୀଦ ସ୍ମୃତି ସ୍ତମ୍ଭ ରହିଛି। ଏହି ସହୀଦ ସ୍ମୃତି ସ୍ତମ୍ଭ
ଏତେ ନିମ୍ନ ମାନର ହୋଇଛି ଯେ ଏହା ଉପରେ ଥିବା ବନ୍ଧୁକର ପ୍ରତିମୃର୍ତ୍ତି ପ୍ରାୟ ସମୟ ଭାଙ୍ଗି ଯିବାର ଦେଖିବାକୁ ମିଳୁଛି , ଆମେ ଅନେକ ଥର ଏହି ସହୀଦ ସ୍ମୃତି ସ୍ତମ୍ଭ ଭାଙ୍ଗିବାର ଖବର ମଧ୍ୟ ପ୍ରସାରଣ କରିଛୁ ଖବର ପ୍ରସାରଣ ପରେ ଏହା ଠିକ ମଧ୍ୟ ହୋଇଛି ।
ଗତ ଡିସେମ୍ବର ମାସରେ ଏହାର ଖବର ପ୍ରସାରଣ ହୋଇଥିଲା ଖବର ପ୍ରସାରଣ ପରେ ଏହାର ମରାମତି ମଧ୍ୟ ହୋଇଥିଲା ତେବେ ଏହା ଏତେ ନିମ୍ନ ମାନର କାମ ହୋଇଛି ଯେ ୨ ମାସ ନପୁରୁଣୁ ଏହା ପୁଣି ଭାଙ୍ଗି ଯାଇଥିବାର ଦେଖିବାକୁ ମିଳିଛି , ତେବେ ସହୀଦ ସ୍ତମ୍ଭଟି ଏପରି ବାରମ୍ବାର ଭାଙ୍ଗିବା ଉପରେ ଏକ ପ୍ରଶ୍ନବଚି ଶ୍ରୁଷ୍ଟି କରିଛି ।
