News
WhatsApp Image 2023-10-04 at 17.25.00
samparksetu

ସମବାୟ ସମିତିର ପ୍ରଥମ ପର୍ଯ୍ୟାୟ ମତଦାନ, ଭୋଟ ଦେବା ପାଇଁ ଭୋଟର ଙ୍କ ମଧ୍ୟରେ ଉତ୍ସାହ ; ଆସନ୍ତା ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ

ଆରମ୍ଭ ହୋଇଛି ସମବାୟ ସମିତିର ପ୍ରଥମ ପର୍ଯ୍ୟାୟ ଭୋଟଦାନ । ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ମୋଟ ୧୮୩ଟି ସମବାୟ ସମିତି ମଧ୍ୟରୁ ଢେଙ୍କାନାଳ ଜିଲ୍ଲାରେ ରହିଛି ମୋଟ ୮୦ ଗୋଟି ସମବାୟ ସମିତି । ଯେଉଁ ସମବାୟ ସମିତି ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଅର୍ଥାତ ରବିବାର ଦିନ ୨୩ଟି ଏବଂ ଜୁନ ୨୬ ତାରିଖ ଦିନ ଦ୍ୱିତୀୟ ପର୍ଯ୍ୟାୟରେ ୧୫ଟି ସମବାୟ ସମିତିରେ ହେବ ମତଦାନ ।

୪୨ ଗୋଟି ସମବାୟ ସମିତିରେ ନିର୍ଦ୍ୱନ୍ଦୀରେ ପ୍ରାର୍ଥୀ ମାନେ ନିର୍ବାଚିତ ହୋଇଛନ୍ତି । ତେବେ  ବିଭିନ୍ନ ସମବାୟ ସମିତିରେ ବେଶ ସୁରୁଖୁରୁରେ ସରିଛି ମତଦାନ । ସକାଳ ୭ଟାରୁ ଏହି ଭୋଟଦାନ ପ୍ରକ୍ରିୟା ଆରମ୍ଭ ହୋଇ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଚାଲିଥିଲା । ସରକାରଙ୍କ ଗାଇଡ଼ ଲାଇନକୁ ଅନୁପାଳନ  କରି ଲମ୍ବା ଧାଡିରେ ଛିଡା ହେବା ସହ ଉତ୍କଣ୍ଠାର ସହିତ ମତଦାନ ଦେଇଥିଲେ ଭୋଟର। ପ୍ରଥମ ଥର ପାଇଁ ବହୁ ସଂଖ୍ୟକ ଭୋଟରକୁ ନେଇ ଚାଲିଥିଲା ମତଦାନ । ସୁରକ୍ଷାକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ ହୋଇଥିଲା। ଆଗାମୀ ଜୁନ ୨୬ ତାରିଖରେ ୨ୟ ପର୍ଯ୍ୟାୟ ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଚୂଡାନ୍ତ ହୋଇଥିବା ଜଣାପଡିଛି ।

new life
You might also like
error: Content is protected !!