News
WhatsApp Image 2023-10-04 at 17.25.00
samparksetu

ସାଆନ୍ଦା ଫାଣ୍ଡି ଅଧିକାରୀ ଅଭିଯୁକ୍ତକୁ ଘଣ୍ଟଘୋଡେଇବା ପରେ ଏସପିଙ୍କ ଦ୍ୱାରସ୍ଥ ହେଲେ ପିଡିତା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବତାସିଂହ ଗ୍ରାମର ଜନୈକା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଆସାମୀ କୁ ସାଆନ୍ଦା ଫାଣ୍ଡି ଅଧିକାରୀ ଘଣ୍ଟ ଘୋଡାଉ ଥିବାର ଅଭିଯୋଗ ହୋଇଛି ।ଏହାକୁ ନେଇ ମହିଳା ଜଣକ ଏସପଙ୍କି ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି ।

ଚାନ୍ଦପୁର ପଞ୍ଚାୟତ ବତାସିଂହ ଗ୍ରାମର ସବିତା ବେହେରାଙ୍କ ଅଭିଯୋଗ ଅନୁସାରେ ଗତ ଅଗଷ୍ଟ ମାସ ୨ ତାରିଖ ରାତିରେ ଘରେ କେହି ନଥିବା ବେଳେ ଗ୍ରାମର ଧରଣୀ ନାଏକଙ୍କ ପଅୁ ସନ୍ତୋଷ ନାଏକ ଏକୁଟିଆ ପାଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ସବିତା କୌଣସି ଉପାୟରେ ତାଙ୍କ ଠାରୁ ଚାଲିଆସିଥିବା ବେଳେ ଏ ନେଇ ସାଆନ୍ଦା ଫାଣ୍ଡିରେ ଅଭିଯୋଗ କରିଥିଲେ ।

କିନ୍ତୁ ସାଆନ୍ଦା ଫାଣ୍ଡି ଅଧିକାରୀ ଯୁବକଙ୍କୁ ଗିରଫ ନକରି ବିପରୀତ ଭାବରେ ଯୁବକ ଏକ ମାମଲା ଥାନାରେ ଦେବାରୁ ତାଙ୍କ ପରିବାରକୁ ପୋଲିସ ବିନା କାରଣରେ ଗିରଫ କରିଛନ୍ତି । ଏହାକୁ ନେଇ ସବିତା ଏସପିଙ୍କ ଦ୍ୱାରସ୍ଥ ହେବା ସହିତ ତୁରନ୍ତ ସନ୍ତୋଷକୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।

new life
You might also like
error: Content is protected !!