News
WhatsApp Image 2023-10-04 at 17.25.00
samparksetu

ଏକକାଳୀନ ୫ଟି ଦୋକାନରୁ ସିରିଜ୍ ଲୁଟ, ସୁରକ୍ଷା ବ୍ୟବସ୍ଥା କୁ ଖୋଲାଖୋଲି ଚ୍ୟାଲେଞ୍ଜ !

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କଲେଜ ବାଇପାସ୍ ଛକ ନିକଟରେ ଥିବା ୫ଟି ଦୋକାନରୁ ଏକ କାଳୀନ ଭାବେ ସିରିଜ୍ ଲୁଟ ଘଟିଛି ।  ତେବେ ଦୁର୍ବୃତ୍ତ ମାନେ ତାଲା ଭାଙ୍ଗି ନଗଦ ୨୦ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍ ହୋଇଥିବା ସ୍ୱଚନା ମିଳିଛି  ।

ସୂଚନା ଅନୁଯାୟୀ ସାବିତ୍ରୀ କୁ ଦୃଷ୍ଟି ରେ ରଖି ବେସ୍ କିଛି ଦିନ ଢେଙ୍କାନାଳ ସହରରେ ଭିଡ଼ ଦେଖିବାକୁ ମିଳିଥିଲା, ତେବେ ଏ ସମୟରେ ବେସ୍ ଭଲ ବ୍ୟବସାୟ ହେଉଥିବାରୁ ଦୋକାନ ଗୁଡ଼ିକ ରେ ଅତ୍ୟାଧିକ ବିକ୍ରି ସାମଗ୍ରୀ ଏବଂ ନଗଦ ଟଙ୍କା ମଧ୍ୟ ବ୍ୟବସାୟୀ ରଖିଥିଲେ । ହେଲେ ସାବିତ୍ରୀ ପୁର୍ବ ରାତିରେ ସବୁ କିଛି ବିଗିଡି ଯାଇଥିଲା । ସହର ନିକଟସ୍ଥ କଲେଜ ବାଇପାସ ରାସ୍ତା କଡ଼ରେ ଥିବା ୫ ଟି ଦୋକାନ ରୁ କିଛି ଦୁର୍ବୃତ୍ତ ତାଲାଭାଙ୍ଗି କଳାକନା ବୁଲାଇ ଦେଇଛନ୍ତି । ଖବରପାଇ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାର ଜଣାଯାଇଛି ।  ହେଲେ ଏଭଳି ରାସ୍ତା କଡରେ  ସିରିଜ୍ ଲୁଟ କୁ ନିନ୍ଦନୀୟ ଘଟଣା ବୋଲି ମତ ରଖିଛନ୍ତି ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀ । ଯଦି ରାସ୍ତା କଡରେ ଏଭଳି ଲୁଟ ତେବେ ଭିତିରି ଅଞ୍ଚଳରେ ବସବାସ କରୁଥିବା ବାସିନ୍ଦା କେତେ ସୁରକ୍ଷିତ ବୋଲି ପ୍ରଶ୍ନ ଉଠାଇଛନ୍ତି । ସେହିପରି ସମ୍ପୃକ୍ତ ଅଞ୍ଚଳରେ ଏକ ଫାଣ୍ଡି ପ୍ରତିଷ୍ଠା ପାଇଁ ବିଭିନ୍ନ ସମୟରେ ଦାବୀ ଉଠାଇଥିଲେ ମଧ୍ୟ କୌଣସି ସମାଧାନ ହୋଇ ନାହିଁ । ତେଣୁ ଫଳ ସ୍ୱରୂପ ଏଭଳି ସିରିଜ୍ ଲୁଟ ଘଟଣା ଦେଖିବାକୁ ମିଳୁଛି ବୋଲି ବାସିନ୍ଦା କହିଛନ୍ତି ।

new life
You might also like
error: Content is protected !!