News
WhatsApp Image 2023-10-04 at 17.25.00
samparksetu

ମନୋବଳ ଆଗରେ ହାର୍ ମାନିଛି ବାର୍ଦ୍ଧକ୍ୟ

ଧୁଡୁଧଡୁଡୁ ଚମ ଅଧା ଲୁଆଁ ଅଣ୍ଟା ତା ସାଙ୍ଗକୁ ବାର୍ଦ୍ଧକ୍ୟ ସ୍ୱର ବୟସ ଆସି ପ୍ରାୟ ୭୪ କିଏ ଘରେ ରହି ଜୀବନ ବିତାଏ ତ କିଏ ହାତପତେଇ ପେଟ ପୋସେ ହେଲେ ଏଭଳି ରହିଛନ୍ତି କିଛି ବ୍ୟକ୍ତି ଯିଏକି ଏଭଳି ବୟସରେ ମଧ୍ୟ ନିଜ ପେଟ ନିଜେ ପୋଷିବାକୁ ପସନ୍ଦ କରିଥାନ୍ତି ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ଗୋବିନ୍ଦପୁର ଗ୍ରାମର ଦିବାକର ମଲ୍ଲିକ ।

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମାର୍ଥାପୁର ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ର ଦିବାକର ମଲ୍ଲିକ ବୟସ ପ୍ରାୟ ୭୪ । ପରିବାରରେ ବୁଢା ବୁଢ଼ୀ ଦୁଇଜଣ ଆଉ ଆଗପଛ ବୁଝିବାକୁ କେହି ନାହିଁ ଦୁଃଖ ରେ ସୁଖରେ ଦୁହେଁ ଦୁହିଁଙ୍କର । ତେବେ ଏଭଳି ପରିଣତ ବୟସରେ ମଧ୍ୟ ନିଜ ପେଟ ନିଜେ ପୋଷୁଛନ୍ତି ସିଏ । ସକାଳୁ ଉଠି ଗାଁ ଗାଁ ବୁଲି ପାଉଁରୁଟି ବ୍ୟାପାର କରିଥାନ୍ତି ।
ପ୍ରତ୍ୟେକ ଦିନ ପ୍ରାୟ ୧୨ ଟି ଗାଁ ସାଇକଲ ଯୋଗେ ବୁଲି ପାଉଁରୁଟି ବିକ୍ରି କରିଥାନ୍ତି ।

ତେବେ ଶୀତ ଦିନ ଯୋଗୁଁ କିଛି ଏତିକି ଗାଁ ସାଇକଲ ଯୋଗେ ବୁଲି ହେଉଛି ହେଲେ ଖରାଦିନରେ ଆଉ ଏତେ ଗାଁ ଯାଇ ପାରୁନାହାନ୍ତି ବୋଲି କହିଛନ୍ତି ସିଏ । ତେବେ ଏଭଳି ପରିଣତ ବୟସରେ ଏଭଳି ବୃତି ଆଦରି ପେଟ ପୋଷୁଥିବାର ଦେଖି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଦିବାକର ।

new life
You might also like
error: Content is protected !!