News
WhatsApp Image 2023-10-04 at 17.25.00
samparksetu

ରାବଣପୋଡି ଦେଖିବାକୁ ଆସି ଛାତ୍ର ମୃତ, ୨ ଆହତ ; ବିଦ୍ୟୁତ ବିଭାଗକୁ ଦାୟୀ କଲେ ମୃତକଙ୍କ ବାପା

ବିଜୟା ଦଶମୀ ଅବସରରେ ଗଁଦିଆ ଷ୍ଟାଡିୟମରେ ରାବଣପୋଡି ଉତ୍ସବ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜନ ପ୍ରତିନିଧି ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସ୍ଥାନୀୟ ବାସିନ୍ଦା ଙ୍କ କହିବା ଅନୁଯାୟୀ ରାବଣ ପୋଡ଼ି ନିମନ୍ତେ ବିଦ୍ୟୁତ ସଂଯୋଗ ହୋଇଥିଲା, ମୁଖ୍ୟ ଅତିଥି ସୁଇଚ ମାରି ରାବଣ କୁ ଦହନ କରିଥିବା ବେଳେ ପରେପରେ ସେଠାରେ ଏକ ବିଦ୍ୟୁତ ତାର ଛିଡି ପଡିଥିଲା ଏବଂ ରାବଣ ପୋଡି ଦେଖିବାକୁ ଆସିଥିବା ୩ ଜଣଙ୍କ ହାତରେ ଲାଗିଯାଇଥିଲା । ସେଠାରେ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ ମଧ୍ୟ ବିଦ୍ୟୁତ ତାର କବଳରୁ କେହି ତାଙ୍କୁ ମୁକୁଳାଇବାକୁ ଉଦ୍ୟମ କରିପାରିନଥିଲେ ।

ତେବେ ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ବରପଦା ମେଡ଼ିକାଲ ଏବଂ ପରେ ପରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା ସେଠାରେ ଡାକ୍ତର ସୌମ୍ୟ ରଞ୍ଜନ ସାହୁ (୧୮) ନାମକ ଜଣେ ଛାତ୍ର ଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଅନ୍ୟ ଦୁଇଜଣ ଆହତ ଥିବାର ଜଣା ପଡ଼ିଛି, ଦୁଇ ଜଣଙ୍କ ପରିଚୟ ହେଲା ବଣିଆପଡା ଗ୍ରାମର ବିଶ୍ୱପ୍ରସାଦ ଦାସ (୨୭) ଏବଂ ଶ୍ରୀରାମଚନ୍ଦ୍ରପୁର ଗ୍ରାମର ନିରାକାର ଦେହୁରୀ (୪୦) । ତେବେ ପ୍ରଶ୍ନ ଉଠିଛି ଏତେ ବଡ଼ ଆୟୋଜନ ରେ କିଭଳି କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇନଥିଲା ? ବିନା କୌଣସି ସୁରକ୍ଷା ଯାଞ୍ଚ କରି ସ୍ଥାନୀୟ କର୍ତ୍ତୃପକ୍ଷ କିଭଳି ଏଭଳି ସଭା କୁ ଆୟୋଜନ କରିଥିଲେ ? ସ୍ଥାନୀୟ ବିଦ୍ୟୁତ ବିଭାଗ ଏବଂ ଆପତକାଳୀନ ସେବା କରୁଥିଲେ କଣ ? ଏଭଳି ବିଭିନ୍ନ ପ୍ରଶ୍ନ ଏବେ ସାରା ଜିଲ୍ଲାରେ ଉଙ୍କି ମାରୁଥିବା ଦେଖା ଦେଇଛି । ସେହିପରି ଗୋଟିଏ ଭିଡିଓ ରେ ସୌମ୍ୟରଞ୍ଜନ ଛଟପଟ ହୋଇ ପଡିଥିବାର ଏବେ ସୋସିଆଲ ମିଡିଆ ରେ ଘୁରିବୁଲୁଛି । ଭିଡିଓ ରୁ ଜଣା ପଡୁଛି ଯଦି ସେସମୟର ସ୍ଥାନୀୟ ବିଦ୍ୟୁତ ବିଭାଗ କିମ୍ବା ଆପତକାଳୀନ ସେବା ପ୍ରଦାନ କର୍ମଚାରୀ ଉପସ୍ଥିତ ଥିଲେ ହୁଏତ ସୌମ୍ୟ ଆଜି ଆମ ଗହଣରେ ଜୀବିତ ଥାନ୍ତା ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଳରେ ଚର୍ଚ୍ଚା । ଅନ୍ୟପଟେ ମୃତକଙ୍କ ବାପା ବିଦ୍ୟୁତ ବିଭାଗର ଅପାରଗତା ହେତୁ ଏଭଳିଘଟଣା ଘଟିଛି ବୋଲି ଜଣାଇବା ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି ।

new life
You might also like
error: Content is protected !!