News
WhatsApp Image 2023-10-04 at 17.25.00
samparksetu

କୁନି ଛାତ୍ରଛାତ୍ରୀ ଙ୍କ ଡାକଘର ବୁଲା

ଡାକ ଘରେ କୁନି କୁନି ଛାତ୍ରଛାତ୍ରୀ ହାତରେ ଡାକ ଲଫାପା ଏବଂ ଶିଖୁଛନ୍ତି ତାହାର ଉପକାରୀତା ଏବଂ ଲେଖନି ସମ୍ପର୍କରେ । ଆଣ୍ଡ୍ରଏଡ଼ ଯୁଗରେ ଚିଠି ର ଚାହିଦା କମିଯାଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ ଏବେ ମଧ୍ୟ ଡାକ ର ଚାହିଦା ରହିଛି ତେବେ କୁନି ଛାତ୍ରଛାତ୍ରୀ ମାନେ କିଭଳି  ଆଗାମି ସମୟରେ ଏହାକୁ ନିଜ କାର୍ଯ୍ୟ ରେ ଲଗାଇ ପାରିବେ ଏନେଇ ଏକ ପ୍ରଶିକ୍ଷଣ ଶିବିର ଢେଙ୍କାନାଳ ମୁଖ୍ୟ ଡାକଘର କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି ।

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଗୋବିନ୍ଦପୁର ସ୍ଥିତ ମହର୍ଷି ଦୟାନନ୍ଦ ସର୍ଭିସ ମିଶନର ୬୦ ଜଣ ଅନ୍ତେବାସୀ ଢେଙ୍କାନାଳ ସହରରେ ଥିବା ମୁଖ୍ୟ ଡାକଘର ର କାର୍ଯ୍ୟାଳୟ ବୁଲି ସେଠାରେ କିଭଳି କାର୍ଯ୍ୟ ସମ୍ପାଦନ କରାଯାଏ ତାହା ଦେଖିଛନ୍ତି । ତେବେ ଏହାସହ ଢେଙ୍କାନାଳ ମୁଖ୍ୟ ଷ୍ଟେଟ୍ ବ୍ୟାଙ୍କ, ପୋଲିସ ଷ୍ଟେସନ ମଧ୍ୟ ଛାତ୍ରଛାତ୍ରୀ ମାନେ ବୁଲିଥିଲେ ବୋଲି ସୂଚନା ରହିଛି । 

new life
You might also like
error: Content is protected !!