ଆଜି ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବେଡାପଡା ଗ୍ରାମରେ ଢେଙ୍କାନାଳ ଜିଲ୍ଲାର ଅନ୍ୟତମ ଶ୍ରେଷ୍ଠ ଟୁର୍ଣ୍ଣାମେଣ୍ଟ “ସୁବାଷ ମେମୋରିଆଲ ” କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବଛା ବଛା ଆଠଟି ଦଳ ଭାଗ ନେଇଥିଲେ।
ଆଜିର ମ୍ୟାଚରେ ରାଇଜିଙ୍ଗ ଷ୍ଟୁଡେଣ୍ଟ କଟକ ଏବଂ ରାମେଶ୍ବର ସ୍ପୋଟିଂ ଭୂବନେଶ୍ବର ମଧ୍ୟରେ ଖେଳା ଯାଇଥିଲା। କଟକ ଦଳ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୨୫ ଓଭରରେ ସମସ୍ତ ୱିକେଟ ହରାଇ ୧୭୭ ରନ ସଂଗ୍ରହ କରିଥିଲା ।
ଦଳ ତରଫରୁ ସୂର୍ଯ୍ୟକାନ୍ତ ପ୍ରଧାନ ୧୮ ବଲରେ ଧୂଆଁଧାର ୪୬ ରନର ଇନିଙ୍ଗସ ଖେଳି ଥିଲେ । ପ୍ରତ୍ୟୁତ୍ତରରେ ରାମେଶ୍ବର ସ୍ପୋଟିଂ ଭୂବନେଶ୍ବର ଦଳର ଗିରିଜା ମିଶ୍ରଙ୍କ ୭୬ ରନ ଏବଂ ସୌଭାଗ୍ଯ ବରାଳଙ୍କ ଦ୍ରୁତ ୪୦ ରନ ବଳରେ ନିର୍ଦ୍ଧାରିତ ଓଭରରେ ଆଠ ୱିକେଟ ହରାଇ ୧୮୦ ରନ ସଂଗ୍ରହ କରି ଦୁଇ ୱିକେଟରେ ବିଜୟ ଲାଭ କରିଛି ।
ଫାଇନାଲ ମ୍ୟାଚରେ ଗିରିଜା ମିଶ୍ର ମ୍ୟାନ୍ ଅଫ ଦି ମ୍ୟାଚ, ସମ୍ବିତ ବରାଳ ସଂମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ବ୍ୟାଟିଙ୍ଗ ଓ ବୋଲିଙ୍ଗରେ କମାଲ ଦେଖାଇ ମ୍ୟାନ୍ ଅଫ ଦି ସିରିଜ ବିବେଚିତ ହୋଇଛନ୍ତି । ମ୍ୟାଚକୁ ପ୍ରଶାନ୍ତ ଦାସ ଏବଂ ସଂଜୟ ସାମଲ ପରିଚାଳନା କରିଥିଲେ । ମିହିର ରାଉତ ଏବଂ ବିରେନ୍ଦ୍ର ସାମଲ ସ୍କୋରର ଥିବାବେଳେ ଦୁଷ୍ମନ୍ତ ଗଡନାୟକ, ବିକାଶ ସାମଲ, ଅଜିତ ସାମଲଙ୍କ ସହ ବେଡାପଡାର ଯୁବବନ୍ଧୁମାନେ ଟୁର୍ଣ୍ଣାମେଣ୍ଟ ଆୟୋଜନରେ ସହଯୋଗ କରୁଛନ୍ତି । ବିଜନ ମିଶ୍ର ଧାରାବିବରଣୀ ପ୍ରଦାନ କରିଥିଲେ ।
ଫାଇନାଲ ମ୍ୟାଚରେ ବାବନ୍ଧ ସରପଞ୍ଚ ଶ୍ରୀମତୀ ମିନାକ୍ଷି ସାମଲ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଚମ୍ପିୟାନ ଦଳକୁ ଟ୍ରଫି ସହିତ ୩୧ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରିଥିଲେ । ମ୍ୟାଚ ଆୟୋଜନରେ ରାଜୁ, ମଣ୍ଟୁ, ପିଣ୍ଟୁ, ସୂର୍ଯ୍ୟକାନ୍ତ,ବୁନ୍ଦା, ଜିତୁ, ଜିନୁ,ଖେଡୁ, ସନ୍ତୁ ପ୍ରମୁଖ ସହଯୋଗ କରିଥିଲେ ।
