News
WhatsApp Image 2023-10-04 at 17.25.00
samparksetu

ସୁଇସାଇଡ଼ ନୋଟ ଲେଖି, ଛାତ୍ରଙ୍କ ଆତ୍ମହତ୍ୟା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗ ସ୍ଥିତ ଆଇଜିଆଇଟି କ୍ୟାମ୍ପସ ପରିସର ଭିତରେ ଅଘଟଣ । ପରୀକ୍ଷା ରେ ଭଲମାର୍କ ନ ରଖିପାରିବାରୁ ଆତ୍ମହତ୍ୟା କରିଛନ୍ତି ତାଳଚେର ଥର୍ମାଲ ଡିଏଭି ସ୍କୁଲର ଯୁକ୍ତ ଦୁଇ ଛାତ୍ର ଅବିନାଶ ପ୍ରଧାନ । ଏହା ସେ ନିଜେ ତାଙ୍କ ସୁଇସାଇଡ଼ ନୋଟ ରେ ଲେଖାଥିବାର ଜଣାଯାଇଛି ।

ଅବିନାଶଙ୍କ ବାପା ଆନନ୍ଦ ଚନ୍ଦ୍ର ପ୍ରଧାନ ଆଇଜିଆଇଟି କଲେଜରେ ଲ୍ୟାବ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି । ତେଣୁ ସପରିବାର ପରଜଙ୍ଗ ଥାନା ବାରିହାପୁର ଗାଁ ଛାଡି ସରାଙ୍ଗ ଆଇଜିଆଇଟି କ୍ୟାମ୍ପସରେ ରହୁଥିଲେ । ତେବେ ଆଜି ସକାଳେ ଅବିନାଶ ଆତ୍ମହତ୍ୟା କରିଥିବାର ଜଣାଯାଇଛି । ତାଙ୍କ ମୃତ୍ୟୁ ପାଇଁ ତାଙ୍କ ବାପା ମାଆ ଦାୟୀ ନୁହଁନ୍ତି ବୋଲି ସେ ଲେଖିବା ସହ ତାଙ୍କ ବିବେକ ତାଙ୍କୁ ୯୦% ନାଇଣ୍ଟି ପରସେଣ୍ଟ ମାର୍କ ରଖିବା ପାଇଁ ବାଧ୍ୟ କରିଛି ବୋଲି ସେ ଲେଖିଛନ୍ତି ।

new life
You might also like
error: Content is protected !!