ଗୋଟିଏ ଅଞ୍ଚଳର ବିକାଶ ସେ ଅଞ୍ଚଳ ଗମନାଗମନ ସୁବିଧା ଉପରେ ନିର୍ଭରଶୀଳ। କିନ୍ତୁ ଆଜି ବି ଜିଲ୍ଲାର କେତେକ ଗାଁ ଅଛି ଯେଉଁ ଗାଁକୁ ଭଲ ରାସ୍ତାଟିଏ ନାହିଁ। ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ପଞ୍ଚାୟତ ଅନ୍ତର୍ଗତ ନଗାରୀ ରୁ ସୁରଭି ତାଳଡଙ୍ଗା ଦେଇ ଯାଇଥିବା ରାସ୍ତା ୨.୫ କିଲୋମିଟର । ଏହି ରାସ୍ତା ଦେଇ ପ୍ରତିଦିନ ବହୁତ ଲୋକ ଯିବାଆସିବା କରିଥାନ୍ତି। କେବଳ ଯେ ଏହି ଦୁଇ ଗାଁର ଲୋକ ଏ ରାସ୍ତା ଉପରେ ନିର୍ଭର କରନ୍ତି ତାହା ନୁହେଁ ବ୍ରାହ୍ମଣୀ ନଦୀ ପାର ହୋଇ ପରଜଙ୍ଗ ବ୍ଲକର ଲୋକ ବି ନଦୀ ପାର ହୋଇ ଆସିଥାନ୍ତି। କାରଣ ୫୫ ନମ୍ବର ଜାତୀୟ ରାଜପଥ ସହ ଏ ରାସ୍ତା ସଂଯୁକ୍ତ।
୨୦୦୯ ମସିହାରେ ମାତ୍ର ୧.୫ କିମି ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ କାମ ହୋଇଥିଲା ବାକି ୧ କିଲୋମିଟର ରାସ୍ତା ସେହିପରି ଅବହେଳିତ ଅବସ୍ଥାରେ ରହିଛି। ରାସ୍ତା ବଡ଼ ବଡ଼ ଖଲ ଦେଖିବାକୁ ମିଳିଥିବା ବେଳେ ଏନେକ ଥର ଦୁର୍ଘଟଣା ମଧ୍ୟ ଘଟିଛି । ସ୍ଥାନୀୟ ଲୋକ ଦୁଇ ଦୁଇ ଥର ପ୍ରଶାସନ ନିକଟରେ ଦାବି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ଅସମ୍ପୂର୍ଣ୍ଣ ରହିଛି।
ତେବେ ଏ ରାସ୍ତା ଅବସ୍ଥା ଏବେ ଏତେ ଖରାପ ଯେ ଚାଲି ଚାଲି ଯିବା ଅସମ୍ଭବ। ଏ ରାସ୍ତାର ନିର୍ମାଣ କାର୍ଯ୍ୟ ତୁରନ୍ତ ହାତକୁ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।
