News
WhatsApp Image 2023-10-04 at 17.25.00
samparksetu

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଉତ୍କଳ ଦିବସ ପାଳିତ

ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ପକ୍ଷରୁ ଏପ୍ରିଲ ୧ ତାରିଖ ଦିନ ଓଡ଼ିଶାର ପ୍ରତିଷ୍ଠା ଦିବସ-ଉତ୍କଳ ଦିବସ ଆୟୋଜିତ ହୋଇଯାଇଛି । ଏହି ଅବସରରେ କମ୍ପାନୀର କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସ୍‌ଆର) ବିଭାଗ ପକ୍ଷରୁ ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ ଢେଙ୍କାନାଳ ଜିଲ୍ଲା ନରେନ୍ଦ୍ରପୁରଠାରେ ଅବସ୍ଥିତ କମ୍ପାନୀର କାରଖାନା ପାଶ୍ୱର୍ବର୍ତ୍ତୀ ଗ୍ରାମର ୬ଟି ଉଚ୍ଚ  ଓ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । 

ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ବିକଳ କୁମାର ନାୟକ, ରସାନନ୍ଦ ଭୂତିଆ, ନୁଆହତାର ପୂର୍ବତନ ସରପଞ୍ଚ ସଚିଦାନନ୍ଦ ବେହେରା ବିଚାରକ ଭାବେ ଅଂଶଗ୍ରହଣ କରିଥିଲେ । ବିଚାରକ ମଣ୍ଡଳୀଙ୍କ ସହିତ ଟାଟା ଷ୍ଟିଲ ମେରାମଣ୍ଡଳୀ ସିଏସ୍‌ଆର ବିଭାଗ ମୁଖ୍ୟ ଦିବ୍ୟହାସ ରାଏ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।  ଜୁନିୟର (୫ମ, ୬ଷ୍ଠ ଏବଂ ୭ମ) ଓ ସିନିୟର (୮ମ, ୯ମ ଓ ୧୦ମ) ଦୁଇଟି ବିଭାଗରେ “ଓଡ଼ିଶାର ଇତିିହାସ, କଳା ଓ ସଂସ୍କୃତି” ବିଷୟବସ୍ତୁ ଉପରେ ଏକ ବକ୍ତୃତା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏଥିରେ ପ୍ରତ୍ୟେକ ବିଦ୍ୟାଳୟର ୬ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । 

କୁଶୁପଙ୍ଗା, ମଙ୍ଗଳପୁର, ଖଲିବେରଣା, ନୁଆହତା, ପାଇକ ପୁରୁଣାକୋଟ, ଶିବପୁର ବିଦ୍ୟାଳୟର ୩୬ ଜଣ ଛାତ୍ରଛାତ୍ରୀ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।  ପ୍ରତିଯୋଗିତା ସମାପ୍ତ ହେବା ପରେ ମଙ୍ଗଳପୁର ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ସମାରୋହରେ ଏହାର ବିଜେତାମାନଙ୍କୁ ସମ୍ମାନିତ କରାଯାଇଥିଲା । କମ୍ପାନୀର ସିଏସ୍‌ଆର ବିଭାଗର ଏନ୍‌ଜିଓ ସହଯୋଗୀ ଆସପେୟାର ଇଣ୍ଡିଆ ପକ୍ଷରୁ ଏହି କାର୍ଯ୍ୟକ୍ରମର ସଂଯୋଜନା କରାଯାଇଥିଲା ।

new life
You might also like
error: Content is protected !!