News
lipub
samparksetu

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଅନ୍‌ସାଇଟ୍ ଆପାତକାଳୀନ ମକ୍ ଡ୍ରିଲ ଆୟୋଜିତ

ନିଜ କାରଖାନାର ସୁରକ୍ଷା ବ୍ୟବସ୍ଥାରେ ଅଧିକ ଉନ୍ନତି ଆଣିବା ପାଇଁ ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ପକ୍ଷରୁ ଏହାର କାରଖାନା ପରିସରେ ଢେଙ୍କାନାଳର ଜିଲ୍ଳା ଆପାତକାଳୀନ ଗ୍ରୁପ୍ (ଡିସିଜି)  ସଦସ୍ୟଙ୍କ ଉପସ୍ଥିତିରେ ଏକ ଆପାତକାଳୀନ ମକ୍‌ଡ୍ରିଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଢେଙ୍କାନାଳ ଜୋନ୍‌ର କାରଖାନା ଓ ବାଷ୍ପିତ୍ର ବିଭାଗର ସହକାରୀ ନିର୍ଦ୍ଦେଶକ ଇଞ୍ଜିନିୟର ପୁଷ୍ପମିତ୍ରା ଜେନା, ଅନୁଗୋଳ ଜୋନ୍ ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ଼ (ଏସ୍‌ପିସିବି) ର ଆଞ୍ଚଳିକ ଅଧିକାରୀ ଡଃ ଅନୁପ ମଲ୍ଲିକ୍‌, ଅନୁଗୋଳ ଜୋନ୍ ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ଼ (ଏସ୍‌ପିସିବି) ର ପରିବେଶ ଇଞ୍ଜିନିୟର ସୌମେନ୍ଦ୍ର ମହାନ୍ତି, ଢେଙ୍କାନାଳର ସହକାରୀ ଅଗ୍ନିଶମ ଅଧିକାରୀ ସୁମନ୍ତ ଖୁମାରୀ ଏବଂ ଢେଙ୍କାନାଳର ଅନ୍ୟ ଶିଳ୍ପ ଅନୁଷ୍ଠାନରୁ ଡିସିଜି ର ଅନ୍ୟ ସଦସ୍ୟମାନେ ଏବଂ ଟାଟା ଷ୍ଟିଲ ମେରାମଣ୍ଡଳୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହି ଆପାତକାଳନୀ ମକ୍‌ଡ୍ରିଲ ‘କୋକ୍ ଓଭେନ୍‌-୨ ର ବିଟିଏକ୍ସ ଷ୍ଟୋରେଜ୍ ସ୍ଥାନରେ ନିଆଁ ଲାଗିବା” ଭଳି ବିପଦଜନକ ଦୃଶ୍ୟପଟକୁ ନେଇ କରାଯାଇଥିଲା । ଅନ୍‌ସାଇଟ୍ ଆପାତକାଳୀନ ପ୍ରସ୍ତୁତି ଯୋଜନା (ଓଏସ୍‌ଇପି) ଅନୁସାରେ ବିଭିନ୍ନ ଦଳ ଗଠନ କରାଯାଇଥିବାବେଳେ ସେମାନଙ୍କ ପକ୍ଷରୁ ଆପାତକାଳୀନ ପରସ୍ଥିତିର ମୁକାବିଲା ଉପରେ ନିଜର ଅଭିଜ୍ଞତାର ପ୍ରଦର୍ଶନ କରାଯାଇଥିଲା । ଓଏସ୍‌ଇପି ଅନୁସାରେ ଟିଏସ୍‌ଏମ୍ କୋକ୍ ଓଭନ୍‌-୨ ର ଚିଫ୍ ଅମର ବାଉଣ୍ଟ୍ରା, କୋକ୍ ଓଭନ୍‌-୨ ହେଡ୍ ପୁଷ୍ପେନ୍ଦ୍ର କୁମାର ପ୍ରମୁଖ ଅଧିକାରୀ ଭାବେ ଏଥିରେ ଅଂଶଗ୍ରହଣ କରିଥିଲେ । ସୁରକ୍ଷା ବିଭାଗ ଚିଫ୍ ଅଗମ କୁମାର ଓ ପ୍ରକ୍ରିୟାଗତ ସୁରକ୍ଷା ବିଭାଗ ହେଡ଼ କୁମାର ବରୁଣଙ୍କ ମାର୍ଗଦର୍ଶନରେ କମ୍ପାନୀର ସୁରକ୍ଷା ବିଭାଗ ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା ।

ଇଞ୍ଜିନିୟର ଜେନା ଆପାତକାଳନୀ ପ୍ରସ୍ତୁତି ଉପରେ ଚତ୍ମକାର ପ୍ରଦର୍ଶନ ପାଇଁ ଟିଏସ୍‌ଏମ୍ ପରିଚାଳନା କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିବା ସହିତ ଏଥିରେ ଅଧିକ ଉନ୍ନତି ଆଣିବା ପାଇଁ ତାଙ୍କର ବହୁମୂଲ୍ୟ ପରାମର୍ଶ ପ୍ରଦାନ କରିଥିଲେ । ଡଃ ମଲ୍ଲିକ୍ ପ୍ରକୃତ ଆପାତକାଳୀନ ପରିସ୍ଥିତିରେ ଏଭଳି ପ୍ରଭାବଶାଳୀ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ । ନବ ଭାରତ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼, ଜିଏମ୍‌ଆର, ଅନୁଗୋଳ ଏନର୍ଜି ଲିମିଟେଡ଼ ଭଳି ଶିଳ୍ପାନୁଷ୍ଠାନର ପ୍ରତିନିଧିମାନେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଉଚ୍ଚସ୍ତରକୁ ନେବା ପାଇଁ ନିଜର ମୂଲ୍ୟବାନ ପରାମର୍ଶ ଦେଇଥିଲେ ।

new life
You might also like
error: Content is protected !!