News
WhatsApp Image 2023-10-04 at 17.25.00
samparksetu

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

ତମାଖୁ ସେବନର ହାନିକାରକ ପ୍ରଭାବ ସମ୍ପର୍କରେ କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ କମ୍ପାନୀର ଶ୍ରମିକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଏହାର କାରଖାନାରେ ମେ ୩୧ ତାରିଖ ଦିନ “ବିଶ୍ୱ ତମାଖୁ ବର୍ଜନ” ଦିବସ ପାଳିତ ହୋଇଯାଇଛି । ତମାଖୁ ବିରୋଧୀ ସଚେତନତା ଅଭିଯାନର ଅଂଶବିଶେଷ ଭାବେ ଟାଟା ଷ୍ଟିଲ ମେରାମଣ୍ଡଳୀ ମେଡ଼ିକାଲ ସର୍ଭିସେସ୍ ବିଭାଗ ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ ସହିତ କାରଖାନା ପରିସର ଏବଂ ଆବାସିକ କଲୋନୀରେ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା ।

ତମାଖୁ ସେବନର କାରଣ, ଏହାକୁ ଛାଡ଼ିବାର ଲକ୍ଷଣ, ଶିଶୁ ଓ କିଶୋର ଏବଂ କିଶୋରୀମାନଙ୍କ ମଧ୍ୟରେ ତମାଖୁର ବ୍ୟବହାର, ତମାଖୁ ସେବନ ସମ୍ବନ୍ଧୀୟ ବିଭିନ୍ନ ରୋଗ ଏବଂ ଏହାର କୁପ୍ରଭାବ ଉପରେ କ୍ଷୁଦ୍ର ଅଭିନୟ ଓ ବିଶ୍ଲେଷଣ ମାଧ୍ୟମରେ ଡାକ୍ତର ଓ ପାରା ମେଡ଼ିକାଲ କର୍ମଚାରୀମାନେ ଉପସ୍ଥିତ ଲୋକମାନଙ୍କ ମଧ୍ୟରେ ଏହି ବାର୍ତ୍ତାର ପ୍ରସାର କରିଥିଲେ । ଏହି ଅବସରରେ ତମାଖୁ ବିରୋଧୀ ସଚେତନତା ବାର୍ତ୍ତା ଥିବା ପ୍ରଚାରପତ୍ରିକା ବଣ୍ଟନ କରାଯାଇଥିଲା । ଏହି ଦିନିକିଆ ସଚେତନତା କାର୍ଯ୍ୟକ୍ରମରେ ୫୦୦ରୁ ଊର୍ଦ୍ଧ୍ୱ ଲୋକ ଅଂଶଗ୍ରହଣ କରିଥିଲେ ।

ମେଡ଼ିକାଲ ସର୍ଭିସେସ୍ ବିଭାଗ ପକ୍ଷରୁ ମେ ୩୧ ରୁ ଜୁନ୍ ୭ ମଧ୍ୟରେ ଏକ ସାପ୍ତାହବ୍ୟାପୀ ସ୍ୱୟଂ-ନାମାଙ୍କନ ଅଭିଯାନ ମାଧ୍ୟମରେ ବ୍ୟକ୍ତିମାନଙ୍କୁ ତମାଖୁ ଛାଡ଼ିବାର ସକଳ୍ପ ନେବାକୁ ଆହ୍ୱାନ ଦିଆଯାଇଛି । ତମାଖୁ ସେବନ କରୁଥିବା ବହୁ ବ୍ୟକ୍ତି ଏହି ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ପ୍ରୋତ୍ସାହିତ ହୋଇ ଏହି ସପ୍ତାହବ୍ୟାପୀ ଅଭିଯାନ ଅନ୍ତର୍ଗତ ତମାଖୁ ଛାଡ଼ିବା ପାଇଁ ନିଜେ ନିଜକୁ ମନୋନୀତ କରିଛନ୍ତି ।

ପ୍ରତ୍ୟେକ ବର୍ଷ ମେ ୩୧ ତାରିଖରେ ସାରା ବିଶ୍ୱରେ “ବିଶ୍ୱ ତମାଖୁ ବର୍ଜନ” ଦିବସ ପାଳନ କରାଯାଇଥାଏ । ତମାଖୁ ସେବନରୁ ନିବୃତ୍ତ ରହିବା ପାଇଁ ସମଗ୍ର ବିଶ୍ୱର ଲୋକମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହା ପାଳନ କରାଯାଉଛି । ଚଳିତ ବର୍ଷର ବିଷୟବସ୍ତୁ ହେଉଛି “ତମାଖୁ: ଆମ ପରିବେଶ ପ୍ରତି ବିପଦ” ।

new life
You might also like
error: Content is protected !!