News
WhatsApp Image 2023-10-04 at 17.25.00
samparksetu

ଜଙ୍ଗଲ ଭିତରୁ ବାଘର ମୃତଦେହ ଉଦ୍ଧାର

ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅଞ୍ଚଳରୁ ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଛି ।
ଜଙ୍ଗଲରେ ବିଛା ଯାଇଥିବା ଜାଲରେ ପଡ଼ି ବାଘର ମୃତ୍ୟୁ ଘଟିଥିବା ବେଳେ ବାଘ ଟିର ମୃତ୍ୟୁ ପ୍ରାୟ ୪ ଦିନ ତଳେ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୂଚନା ଦେଇଥିବା ଜଣାଯାଇଛି ।

ଅନ୍ୟପଟେ ବାଘ ମୃତ୍ୟୁ ଘଟଣା ନେଇ ହିନ୍ଦୋଳ ବନାଞ୍ଚଳ ଅଧିକାରୀ  କର୍ଣ୍ଣପୁର ଗ୍ରାମର ୩ ଜଣ ବ୍ୟକ୍ତିଙ୍କୁ ଉଠାଇ ନେଇଥିବା ବେଳେ ସମ୍ପୃକ୍ତ ବ୍ୟକ୍ତି ନିର୍ଦୋଷ ଦାବୀ କରି  କର୍ଣ୍ଣପୁର ବିଟ୍ ହାଉସ ନିକଟ ଦେଇ ଢେଙ୍କାନାଳ – ଅନୁଗୁଳ କୁ ଯୋଗାଯୋଗ କରୁଥିବା ରାସ୍ତା କୁ ଗ୍ରାମବାସୀ ଗତକାଲି ଅବରୋଧ କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗ୍ରାମବାସୀ ଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା ।

new life
You might also like
error: Content is protected !!