News
WhatsApp Image 2023-10-04 at 17.25.00
samparksetu

ଜବରଦଖଲ ହଟାଇ ପାରୁନାହାନ୍ତି ଅଧିକାରୀ, ପାର୍କିଂ ଚାଲାଣ କାଟି ବେଫିକର ଟ୍ରାଫିକ ପୋଲିସ

ଗୋଟିଏପଟେ ଚାଲିଛି ଶୋଭାଯାତ୍ରା ଡିଜେବାଜା ରେ କମ୍ପୁଛି ଚତୁର୍ଦିଗ ନାଚଗୀତ ରେ ମସଗୁଲ ଶୋଭାଯାତ୍ରାରେ ଆସିଥିବା ବ୍ୟକ୍ତି । ହେଲେ ଭିଡର ଅନ୍ୟପଟେ ବିକଟାଳ ଚିତ୍ର, ଫସିରହିଛି ଆମ୍ବୁଲାନ୍ସ କାକୁତି ମିନତୀ ହୋଇ ଖୋଜୁଛି ବାଟ ଡିଜେ ସାଉଣ୍ଡ ରେ ସତେଯେପରି ଫିକା ପଡିଯାଉଛି ଆମ୍ବୁଲାନ୍ସର ଅତ୍ୟାବଶ୍ୟକ ସାଉଣ୍ଡ । ଦୁଃଖର ବିଷୟ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ଥାନୀୟ ଅଞ୍ଚଳରେ କେହି ନାହିଁ ଘଡିକେଘଡି ଘୁରି ବୁଲୁଥିବା ପିସିଆର ର ମଧ୍ୟ ଦେଖା ନାହିଁ । ଏଭଳି ଘଟଣା ଦେଖିବାକୁ ମିଳିଥିଲା କିଛିଦିନ ତଳେ ଢେଙ୍କାନାଳ ସହର ମଧ୍ୟରେ ।

ସହର ମଧ୍ୟରେ ଦେଇଯାଇଥିବା ମୁଖ୍ୟରାସ୍ତା ଜବରଦଖଲ ଙ୍କ କବ୍ଜା ରେ ହୋଇଯାଇଥିବାରୁ କାହିଁ କୋଉବର୍ଷ ହେବ ଉପୁଜୁଛି ଟ୍ରାଫିକ ସମସ୍ୟା , ନା ଅଛି ଫୁଟପାଥ ନା ପାର୍କିଂ ପାଇଁ ସ୍ଥାନ। ୟାସହ ଯଦି କୌଣସି ଶୋଭାଯାତ୍ରା ଆସିଯାଏ ତେବେ ନାହିଁ ନଥିବା ର ଅସୁବିଧା ଘୋଗିଥାନ୍ତି ଯାତାୟାତ କରୁଥିବା ଯାତ୍ରୀ । ସହରର ପ୍ରମୂଖ ଅଞ୍ଚଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଥିବାରୁ ବାରମ୍ବାର ସହର ମଧ୍ୟ ଦେଇ ଯାଇଥାଏ ଅଣଓସାରିଆ ରାସ୍ତା ହେତୁ ପ୍ରାୟତଃ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ । ଜବର ଦଖଲ ନ ହଟାଇବା ପର୍ଯ୍ୟନ୍ତ ଏଭଳି ଅସୁବିଧା ଉପୁଜିବ ସ୍ଥାୟୀ ସମାଧାନ ପରିବର୍ତ୍ତେ
ଦୋଷ ତୁଲେଇବାକୁ ପାର୍କିଂ ପାଇଁ ଚାଲାଣ କଟାଯାଉଛି ବୋଲି ମତରଖିଛନ୍ତି ଅଞ୍ଚଳବାସୀ । ଗତବର୍ଷ ଅନୁଷ୍ଠିତ ହୋଇଥିବା ଲକ୍ଷ୍ମୀପୂଜା ରେ ମଧ୍ୟ ନାହିଁଥିବା ଜାମ୍ ଉପୁଜିଥିବା ବେଳେ ବିଭିନ୍ନ ସ୍ଥାନରେ ଆମ୍ବୁଲାନ୍ସ ଫସିରହିଥିବାର ଦେଖା ଦେଇଥିଲା । ହେଲେ ଏଥିରୁ ଅଧିକାରୀ କୌଣସି ଶିକ୍ଷାଲାଭ କରିନାହାନ୍ତି, ସେହିପରି ଶୋଭାଯାତ୍ରା ନିମନ୍ତେ ପୂର୍ବରୁ ପୋଲିସ କୁ ଅବଗତ କରାଯାଇ ମଧ୍ୟ କିଭଳି ବାରମ୍ବାର ଆମ୍ବୁଲାନ୍ସ ଫସିରହୁଛି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।

new life
You might also like
error: Content is protected !!