କଟକ ଜଗତପୁର ଅଞ୍ଚଳରେ ବାଟବଣା ହୋଇ ସହର ଭିତରକୁ ଚାଲି ଆସିଥିବା ହାତୀ ରାସ୍ତା ଉପରେ ବୁଲିବା ସହ ଉତ୍ପାତ ମଚାଇଥିଲା । ସହର ଭିତରେ ଘର ଦ୍ୱାରା ଓ ଗାଡି ଭଙ୍ଗାରୁଜା କରିବା ସହ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ଆତଙ୍କ ସୃଷ୍ଟି ହେବା ପରେ ହାତୀକୁ ଘଉଡାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା ବନବିଭାଗ ପରିସେସ ରେ ହାତୀଟିକୁ ଟ୍ରାଙ୍କୁଲାଇଜ୍ କରିଛି , ପରେପରେ ଏକ ଟ୍ରକ ଯୋଗେ ହାତୀକୁ ବୋଝଇ କରି ଆଜି ଢେଙ୍କନାଳ ଅଣାଯାଇଛି ବୋଲି ଆରସିସିଏଫ ସୂଚନା ଦେଇଛନ୍ତି ।
ଶାମାଚରଣପୁର ଅଞ୍ଚଳରେ ବିଦ୍ୟୁତ ତାର ସଂସ୍ପର୍ଶରେ କାଳେ ହାତୀଟି ଆସିଯିବା ନେଇ ବିଦ୍ୟୁତ ସରବରାହ ବନ୍ଦ କରାଯାଇଥିଲା । ଦୁଇଦିନ ଧରି ହାତୀଟି ଯଥେଷ୍ଟ ପରିମାଣ ର ଖାଦ୍ୟ ନ ଖାଇବା ସହ ଏପଟ ସେପଟ ହେଉଥିବାରୁ ଡିହାଇଡ୍ରେସନ ହୋଇଥାଇପରେ ଏହା ସହ କିଛି କ୍ଷତାକ୍ତ ଥିବାର ଜଣାଯାଇଛି, ତେବେ କପିଳାସ ରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ଦ୍ୱାରା ହାତୀଟିର ଚିକିତ୍ସା କରାଯିବ ବୋଲି ବନଖଣ୍ଡ ଅଧିକାରୀ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।