ନୂଆ ବରଷରେ କପିଳାସ ହାତୀ ଉଦ୍ଧାର କେନ୍ଦ୍ର କୁ ଆସିଲେ ନୂଆ ଅତିଥି
ଥମୁନି ହାତୀ ମଣିଷ ମୁହାଁମୁହିଁ ପରିସ୍ଥିତି । ବ୍ୟାପକ ଜଙ୍ଗଲ ସମ୍ପଦ ନଷ୍ଟ ସହିତ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହେଉଛନ୍ତି ହାତୀପଲ । ଗତ କିଛିଦିନ ହେବ ବୌଦ୍ଧ ବନଖଣ୍ଡ ଅଞ୍ଚଳରେ ଏକ ଦନ୍ତା ଉପଦ୍ରବ ଲାଗିରହିଥିବା ବେଳେ ମନମୁଣ୍ଡା ଅଞ୍ଚଳରେ ଜଣେ ବୃଦ୍ଧ ଙ୍କୁ ଦନ୍ତା ଟାଣି ନେଇଥିବାରୁ ବୃଦ୍ଧ ଙ୍କ ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ଉତକ୍ଷିପ୍ତ ହୋଇ ରାସ୍ତା ମଧ୍ୟ ଅବରୋଧ କରିଥିଲେ । ସ୍ଥାନୀୟ ବନ ବିଭାଗ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ । ଟ୍ରାଙ୍କୁଲାଲଜ କରି ଦନ୍ତାକୁ କାବୁ କରିଥିଲେ, ତେବେ କଡା ସୁରକ୍ଷା ବଳରେ ଆଜି ସକାଳୁ ଅନୁଗୁଳ ପଟୁ ଜାତୀୟ ରାଜପଥ ଦେଇ କପିଳାସ ହାତୀ ଉଦ୍ଧାର କେନ୍ଦ୍ର କୁ ଦନ୍ତାଟିକୁ ଅଣାଯାଇଥିଲା । କପିଳାସରେ ପହଞ୍ଚିବା ପରେ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ଵାରା ଦନ୍ତାର ଚିକିତ୍ସା ଚାଲିଥିବା ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।