ବିଭିନ୍ନ ବ୍ଲକରେ ଥିବା ବ୍ୟାପକ ଫସଲ ନଷ୍ଟ ପରେ ଏବେ ଖାଦ୍ୟ ଅନ୍ୱେଷଣ ରେ ସହର ମୁହାଁ ଗୋଠଛଡ଼ା ଦନ୍ତା । ଘର ପାଚେରୀ ଭାଙ୍ଗିବା ସହ ନଷ୍ଟ କଲା କଦଳୀ ବାଡ଼ି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ଶ୍ୟାମାଚରଣପୁର ଅଞ୍ଚଳରେ ।
ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୪ ଟା ସମୟରେ ଏକ ଗୋଟିକିଆ ଦନ୍ତା ଶ୍ୟାମାଚରଣପୁର ଅଞ୍ଚଳରେ ବୁଲୁଥିବାର ଅଞ୍ଚଳବାସୀ ଦେଖିବାକୁ ପାଇଥିଲେ ।
ଦନ୍ତାଟି ଖାଦ୍ୟ ଅନ୍ୱେଷଣ ରେ ଆସି ସ୍ଥାନୀୟ ସାଇ ମନ୍ଦିର ନିକଟରେ ଥିବା କିଛି ଗଛ ଓପାଡ଼ି ଦେଇଥିବା ବେଳେ ନିକଟରେ ଥିବା କିଛି ଲୋକଙ୍କ କାନ୍ଥ ଭାଙ୍ଗିବା ସହ ବାଡ଼ିରେ ଥିବା କଦଳୀ ଗଛ ମଧ୍ୟ ନଷ୍ଟ କରିଦେଇଛି ।
କିଛି ସ୍ଥାନୀୟ ବାସିନ୍ଦା ଏନେଇ ବନବିଭାଗ କୁ ଜଣାଇବା ପରେ ବନକର୍ମଚାରୀ ଆସି ହାତୀଙ୍କୁ ଘଉଡାଇବାରୁ ସ୍ଥାନୀୟ ବାସିନ୍ଦା ଆସ୍ୱସ୍ତି ଲାଭ କରିଥିଲେ । ହେଲେ ଅନ୍ୟପଟେ ଦନ୍ତା ଆକ୍ରମଣରେ ବିଗତ ଦିନରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ଥାନୀୟ ମହଲରେ ଭୟର ବାତାବରଣ ଦେଖାଦେଇଛି ।
