News
WhatsApp Image 2023-10-04 at 17.25.00
samparksetu

ଉତ୍କଳୀୟ ବୋଲି

ଉତ୍କଳୀୟ ବୋଲି କାଇଁ
ଆଉ ଗରବ କରୁଛୁ ଏତେ ,
ମାତୃଭାଷା ପ୍ରତି ପୀରତି
ତୋ ମନରୁ ଲିଭିଗଲାଣି
କୋଉଦିନଠାରୁ ସତେ ।

ଇଂରାଜୀ ଭାଷାର ନିଶା
ଚଢ଼ିଗଲାଣି ତୋ ମନରେ
ଧିରେ ଧିରେ,
ମାତୃଭାଷାକୁ ନେଇକି ଆଉ
କିଏ ବା ଏଠି ଗରବ କରେ ।

ବାସ୍ତବତାକୁ ଏଠି ଘୃଣା
       କରେ ମଣିଷ
ଖାଲି ସପନ ରାଇଜେ ବୁଲି ,
କେମିତି ବଢିବ ଯଶ ଏ ଜାତିର
ଜପି ହୁଅନ୍ତି ଯେବେ
ସେ ଜାତିର ଲୋକ
ପାଶ୍ଚାତ୍ୟ ଭାଷାକୁ
ନିଜ ଓଠେ ଦିନ
ରାତି ଖାଲି ।

ଜାଗ୍ରତ ହୁଅ ହେ
ଉତ୍କଳ ମାଟି ମା’ର ସନ୍ତାନ
ଥରେ ତ ଜାଗ୍ରତ ହୁଅ,
ଜରାଜୀର୍ଣ୍ଣ ହୋଇଯାଇଛି
ତୁମର ଭାଷା,ସଂସ୍କୃତି
ତାକୁ ଥରେ ବଞ୍ଚାଇ ଦିଅ ।

ଆପଣାଙ୍କଠୁ ମିଳେ
କେତେ ଯେ ସ୍ନେହ,
ଆଉ କିଏ ସେହିପରି
ଦେଇପାରିବ କୁହ    ।

ନିଜ ମାତୃଭାଷାରୁ ମିଳେ
   କେତେ ଯେ ଆନନ୍ଦ
ଆଉ କୋଉ ଭାଷାରୁ ମିଳିପାରିବ
  ସେହିପରି ଆନନ୍ଦ  ଥରେ
      ତ କହିଦିଅ  ।

✍️ ରାଇମୋହନ ରାଉତ

new life
You might also like
error: Content is protected !!