News
WhatsApp Image 2023-10-04 at 17.25.00
samparksetu

ଆଜିର ବ୍ରେକଫାଷ୍ଟ ରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ମସୁର ଡାଲି କଟଲେଟ୍‌ 

ମସୁର ଡାଲି କଟଲେଟ୍ ବନାଇବାର ପ୍ରସ୍ତୁତି ସାମଗ୍ରୀ

୧୦୦ ଗ୍ରାମ ଭିଜା ମସୁର ଡାଲି

୨ଟି ସିଝା ଆଳୁ

୧୦୦ ଗ୍ରାମ ପନୀର

କଟା ପୋଦିନା ପତ୍ର

କଟା ଧନିଆ ପତ୍ର

ଅଧା ଛୋଟ କପ୍‌ ଭଜା ଚଣା

ତେଲ (ଆବଶ୍ୟକ ଅନୁସାରେ)

ଅଧା ଛୋଟ ଚାମଚ ଗରମ ମସଲା

ଅଧା ଛୋଟ ଚାମଚ ଲାଲ ଲଙ୍କା ପାଉଡର

ଅଧା ଛୋଟ ଚାମଚ ଆମଚୁର

୧ ଛୋଟ ଚାମଚ ଧନିଆ ପାଉଡର

ଲୁଣ (ସ୍ୱାଦ ଅନୁସାରେ)

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଅଧା କପ୍‌ ମସୁର ଡାଲି ନେଇ ଅଳ୍ପ ପାଣି ଦେଇ ଗ୍ୟାସରେ ବସାନ୍ତୁ । କିଛି ସମୟ ପରେ ଆଞ୍ଚ ବନ୍ଦ କରିଦିଅନ୍ତୁ । ବାଷ୍ପ ବାହାରିଗଲା ପରେ ଡାଲିକୁ ବଳକା ପାଣିରୁ ଛାଣି ଦିଅନ୍ତୁ । ଏହାପରେ ଏହି ଡାଲିକୁ ହାଲକା ସୁଖାଇ ଦିଅନ୍ତୁ । ଗ୍ରାଇଣ୍ଡର ଜାରରେ ଏହି ଡାଲିକୁ ରଖି ଗ୍ରାଇଣ୍ଡ କରି ଦିଅନ୍ତୁ। ଏବେ ଏଥିରେ ସିଝା ଆଳୁକୁ ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ । ଏହାପରେ ପନୀରକୁ ଚକଟି  ଡାଲିରେ ପକାଇ ଦିଅନ୍ତୁ ।

ଏବେ ଏଥିରେ କାଟି ରଖିଥିବା ପୋଦିନା, ଧନିଆ ପତ୍ର, କଞ୍ଚା ଲଙ୍କା, କଦ୍ଦୁକସ୍‌ ହୋଇଥିବା ଅଦା, ଗରମ ମସଲା, ଲାଲ ଲଙ୍କା ପାଉଡର, ଧନିଆ ପାଉଡର, ଆମଚୁର ପାଉଡର, ଭଜା ଜିରା ଗୁଣ୍ଡ, ଲୁଣ ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ । ଏବେ ଏହି ମିଶ୍ରଣରେ ଟିକ୍କୀ ବନାଇ ଦିଅନ୍ତୁ । ଏହାକୁ ଗରମ ତେଲରେ ଛାଣି ଦିଅନ୍ତୁ । ଏହିଭଳି ଭାବେ ସମସ୍ତ କଟଲେଟ ପ୍ରସ୍ତୁତ କରିଦିଅନ୍ତୁ । ଏବେ ଆପଣଙ୍କର କ୍ରିସପି କଟଲେଟ୍‌ ପ୍ରସ୍ତୁତ ହୋଇଯାଇଛି । ଏହାକୁ ଆପଣ ଚଟପଟା ଚଟଣୀ  ସହିତ ଖାଇପାରିବେ ।

new life
You might also like
error: Content is protected !!