News
WhatsApp Image 2023-10-04 at 17.25.00
samparksetu

୨୦୨୨ କୁ ସ୍ଵାଗତ

ଏମିତି ସମୟ ଚାଲିଥାଏ ଅବର୍ଷ ପରେ ବର୍ଷ ବିତିଯାଏ
କେତେ ଯା ଆସ ଲାଗିଛି ନିଇତି
ମନ ଜାଣେ, ହେଲେ ଭୁଲିଯାଏ l

ଜୀବନ ଯଜ୍ଞରେ ଶ୍ଲୋକ ଦୁଇ
ସୁଖ ଦୁଃଖ ନାମେ ଲେଖା ହୋଇ
ବାର ବାର ଉଚ୍ଚାରିତ ହେଉଛନ୍ତି
ପୂର୍ଣ୍ଣାହୁତି ଯାଏଁ ଯିବେ ନେଇ l

ଆହା କି ସୁନ୍ଦର ଏ ସଂସାର
ଭଳି ଭଳି ରଙ୍ଗ ତା ସମ୍ଭାର
କିଏ ବା ରହିବ ନପଡ଼ି ମାୟାରେ
ହେଲେ ହେଉ ପଛେ ନାରଖାର l

ପାଦ ଜାଣେ ବାଟ କେତେ ବାକି
ଚାଲୁ ଚାଲୁ ଯଦି ପଡେ ଥକି
ନାହିଁ ତ ଶୋଚନା ନାହିଁ ଉନ୍ମାଦନା
ଭାବି ନେବି ବିହି ଥିଲା ଲେଖି l

ନୂଆ ବରଷ ନୂଆ ବରଷ
ସବୁରି ମନରୁ ଲିଭା କଳ୍ମସ
ତୋ ପରଶେ ଧରା ପାଲଟୁ ସରଗ
ହସୁ ଏ ରାଜ୍ୟ ଦେଶ ବିଦେଶ l

✍️ ସୌମ୍ୟେନ୍ଦ୍ର ମିଶ୍ର
ନୂଆ ଶାସନ, ଢେଙ୍କାନାଳ

new life
You might also like
error: Content is protected !!