News
WhatsApp Image 2023-10-04 at 17.25.00
samparksetu

କାଉଁରିଆପାଳ ପ୍ରିମିୟର ଲିଗ ଉଦଯାପିତ, ବୁଲେଟ ଏକାଦଶ ଚମ୍ପିୟାନ

ଓଡ଼ାପଡ଼ା ବ୍ଲକ କାଉଁରିଆପାଳ ଠାରେ ମା ବାଉତୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ କାଉଁରିଆପାଳ ପ୍ରିମିୟର ଲିଗ-୨୦୨୧ ଉଦଯାପିତ ।

ଗୁଣଦେଇ ଗ୍ରା:ପ ର ପୂର୍ବତନ ସରପଞ୍ଚ ତଥା କାଉଁରିଆପାଳ ର ବାସିନ୍ଦା ସ୍ୱର୍ଗତ ରୁଦ୍ରନାରାୟଣ ନାୟକ ଙ୍କ ସ୍ମୃତିରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ରେ ନିମନ୍ତ୍ରିତ ମୁଖ୍ୟ ଅତିଥି ଗୁଣଦେଇ ଗ୍ରା:ପ ର ସରପଞ୍ଚ ଶ୍ରୀମତୀ ଜ୍ୟୋତିର୍ମୟୀ ଲେଙ୍କା ମହାଶୟା ବିଜେତା ବୁଲେଟ ଏକାଦଶକୁ ଟ୍ରଫି ପ୍ରଦାନ କରିଥିଲେ ଏବଂ ତାଙ୍କ ସହ ଅତିଥି ରୂପେ ଯୋଗଦେଇଥିଲେ ଗୁଣଦେଇ ଗ୍ରା:ପ ର ସମିତିସଭ୍ୟା ବାସନ୍ତୀ ଦେହୁରୀ ।

ଅଞ୍ଚଳର ଜଣାଶୁଣା ବ୍ୟକ୍ତି ରଘୁନାରାୟଣ ମହାନ୍ତି, ବିକାଶ ରଞ୍ଜନ ନାୟକ ଓ ସୁବ୍ରତ ନାୟକ ପ୍ରମୁଖ ଅତିଥିମାନେ ଯୋଗଦେଇଥିଲେ ।

ଫାଇନାଲରେ ବିଦ୍ୟୁତ ରକଷ୍ଟାର, କାଉଁରିଆପାଳ କୁ ୭୪ ରନରେ ହରାଇ ବୁଲେଟ ଏକାଦଶ, ବଳରାମ ପ୍ରସାଦ ଚମ୍ପିୟାନ ହୋଇଛି ।

ଫାଇନାଲ ରେ ପ୍ରଥମେ ବ୍ୟାଟିଂ କରି ବୁଲେଟ ଏକାଦଶ ନିର୍ଦ୍ଧାରିତ ୧୫ ଓଭର ରେ ୨୦୨ ରନ କରି ଅଲଆଉଟ ହୋଇଥିଲା ।

ବିଦ୍ୟୁତ ରକଷ୍ଟାର, କାଉଁରିଆପାଳ ୨୦୩ ରନର ବିଜୟଲକ୍ଷ୍ୟ କୁ ପିଛାକରି ୧୫ ଓଭରରେ ୯ ୱିକେଟ ହରାଇ ୧୨୮ କରିଥିଲା ।

ଫାଇନାଲ ମ୍ୟାଚ ରେ ବୁଲେଟ ଏକାଦଶ ର ଶିବୁ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ଓ ବିଦ୍ୟୁତ ରକଷ୍ଟାର ର ବବୁଲ ଟୁର୍ଣ୍ଣାମେଣ୍ଟ ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।

ଏହି ଟୁର୍ଣ୍ଣାମେଣ୍ଟ ର ଅମ୍ପାୟାରିଂ ଦାୟିତ୍ୱରେ ଥିଲେ ଆଲୋକ କୁମାର ନାୟକ ଓ ତାପସ ମହାନ୍ତି ।

ରଶ୍ମିରଞ୍ଜନ ନାୟକ, ସ୍ୱରୂପ କୁମାର ନାୟକ ଓ ବିଶ୍ୱଜିତ ସେଠି ଧାରା ବିବରଣୀ ଦେଇଥିଲେ ଏବଂ ସମ୍ବିତ ନାୟକ ଓ ଦେବାଶିଷ ନାୟକ ପ୍ରମୁଖ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ ।

new life
You might also like
error: Content is protected !!