News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ଧାନର ଅଭାବୀ ବିକ୍ରି, ଯୋଗାଣ ଅଧିକାରୀଙ୍କୁ ଘେରିଲା ଆପ୍

ଢେଙ୍କାନାଳ ଜିଲ୍ଲାରେ ଧାନର ଅଭାବୀ ବିକ୍ରି କୁ ନେଇ ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ ପଙ୍କଜ ନାୟକ ଏବଂ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅଧ୍ୟକ୍ଷ ପର୍ଶୁରାମ ମହାଭୋଇଙ୍କ ନେତୃତ୍ୱରେ ୮ଟି ସମବାୟ ସମିତିରେ ଧାନ ବିକ୍ରି କରିପାରିନଥିବା ଚାଷୀମାନେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଘେରିଲେ ।

ତଳବାରକୋଟ, କୁସୁମଯୋଡି, ତୁମୁସିଙ୍ଗା, ବେଲଟିକିରି, କରମୁଳ, ସନ୍ଥପୁର, ସୁରପ୍ରତାପ ପୁର ଓ ଘଟିପିରର ଚାଷୀମାନେ ଉପସ୍ଥିତ ଥିଲେ ।ପ୍ରକାଶ ଥାଉକି, ଗତ କାଲି ମଧ୍ୟ ୩ଟି ସମବାୟ ସମିତିର ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରିନଥିବାରୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ସାରା ଜିଲ୍ଲାରେ ଏହିପରି ଚାଷୀମାନେ ଧାନ ଗଣ୍ଡେ ବିକ୍ରି କରିବାପାଇଁ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କୁ ନେହୁରା ହେଉଛନ୍ତି ।

କୃଷି ଅଧିକାରୀଙ୍କ ସର୍ଭେ ଅନୁସାରେ ଜିଲ୍ଲାରେ ୧୫ ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଧlର୍ଯ୍ୟ କରାଯାଇଥିଲା ।ବିଭିନ୍ନ ମଣ୍ଡିରେ ଏପର୍ଯ୍ୟନ୍ତ ୧୧ ଲକ୍ଷ ୯୪ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି l ଏବେ ସୁଧା ଅନେକ ଚାଷୀ ଟୋକେନ ନେଇ ବସିଛନ୍ତି ।ଚାଷୀ ଘରେ ଭାଳେଣି ପଡିଛି ।

ଗତ ବର୍ଷ ମଧ୍ୟ ଅନେକ ଚାଷୀ ଧାନ ମଣ୍ଡିରେ ଦେଇନପାରି ଶସ୍ତାରେ ଦଲାଲ ବ୍ୟବସାୟୀ ମାନଙ୍କୁ ବାଧ୍ୟ ହୋଇ ବିକ୍ରି କରିଛନ୍ତି । ଚାଷୀ ମାନଙ୍କର ଏହି ଦୁଃଖକୁ ସରକାର କର୍ଣ୍ଣପାତ କରୁନାହାନ୍ତି ।

ଯେଉଁଥିରେ କିଛି ଚାଷୀ ଶହେ କୁଇଣ୍ଟାଲରୁ ଅଧିକ ଧାନ ଦେଇଥିବା ବେଳେ, ଅଧିକ ମାତ୍ରାରେ କ୍ଷୁଦ୍ର ଚାଷୀ ମାତ୍ର ୧o ରୁ ୧୫ କୁଇଣ୍ଟାଲ ଧାନ ଦେଇପାରିନାହାନ୍ତି । ଯୋଗାଣ ଅଧିକାରୀଙ୍କ ହାତରେ ଟାର୍ଗେଟ ଥିବାବେଳେ ବିଭାଗୀୟ କମିଶନରଙ୍କ ଚାପରେ ମଣ୍ଡି ମାନଙ୍କୁ ଦିଆଯାଉନାହିଁ ତାଛଡା ଯୋଗାଣ ଅଧିକାରୀ କୁହନ୍ତି କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଧ୍ୟ ଚାଷୀମାନେ ହଇରାଣ ହେଉଛନ୍ତି ।

ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଧାନ କିଣିବାପାଇଁ ପ୍ରତିଶୃତି ଦେବା ପରେ ଚାଷୀ ମାନେ ଘରକୁ ଫେରିଥିଲେ । ଯଦି ନହୁଏ ତେବେ ସାରା ଜିଲ୍ଲାରେ ଆପ୍ ନେତୃତ୍ୱରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଜିଲ୍ଲା ଆବାହକ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।ଆଜିର ଏହି କାର୍ଯ୍ୟକ୍ରମରେ ଚାଷୀ ମାନଙ୍କ ମଧ୍ୟରେ ଜନ୍ମେଜୟ ସାହୁ, ଜିତେନ୍ଦ୍ର ରାଉତ, ଭାସ୍କର ସ୍ୱାଇଁ, ବୁଧେଶ୍ୱର ବେହେରା, ରଞ୍ଜନ ବେହେରା, ଦେବାନନ୍ଦ ହୋତା, ଅଭି ସେଠି, ବିକାଶ ବେହେରା, ସନ୍ୟାସୀ ବିଶ୍ୱାଳ, ସତ୍ୟାନନ୍ଦ ସାହୁ, ଶ୍ରୀରାମ ବେହେରା, ବିନୋଦ ମଲିକ, ରମେଶ ପଣ୍ଡା ପ୍ରମୁଖଙ୍କ ସହିତ ଶତାଧିକ ଚାଷୀ ଯୋଗ ଦେଇଥିଲେ l

new life
You might also like
error: Content is protected !!