News
WhatsApp Image 2023-10-04 at 17.25.00
samparksetu

ମୃତ୍ତିକା ଉନ୍ନତ୍ତିକରଣ ପାଇଁ ଓଡ଼ିଶାରେ ପ୍ରଥମ ଇସ୍ପାତ ଶିଳ୍ପ -ସରକାରୀ ସହଯୋଗିତା

ରାଜ୍ୟରେ ଏକ ଦୀର୍ଘସ୍ଥାୟୀ କୃଷି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଟାଟା ଷ୍ଟିଲ୍ ଓଡ଼ିଶା ସରକାରଙ୍କ ସହ ହାତ ମିଳାଇଛି । ଏହି ସହଯୋଗିତାର ଲକ୍ଷ୍ୟ ହେଉଛି ଓଡ଼ିଶାରେ ଅମ୍ଳୀୟ ମୃତ୍ତିକାର ପୁନରୁଦ୍ଧାର ପାଇଁ ବେସିକ ଅକ୍ସିଜେନ ଫର୍ଣ୍ଣେସ୍ (ଏଲଡି) ସ୍ଲାଗ୍ ଏବଂ ଫ୍ଲାଏ ଆସ୍ ଭଳି ଶିଳ୍ପ ବର୍ଜ୍ୟବସ୍ତୁକୁ ମୃତ୍ତିକାର ମାନରେ ସୁଧାର ଆଣିବା ପାଇଁ ବ୍ୟବହାର କରିବା । ଢେଙ୍କାନାଳ ଜିଲ୍ଲାର ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସ୍‌ଏମ୍‌) କାରଖାନାରୁ ଜୁନ ୧୮ ରୁ ଏହି ଏଲଡ଼ି ସ୍ଲାଗ ଯୋଗାଣ ଆରମ୍ଭ କରାଯାଇଛି ।

ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ, କଟକସ୍ଥିତ ଜାତୀୟ ଧାନ ଗୋବଷଣା କେନ୍ଦ୍ରର ବୈଜ୍ଞାନିକ ଡ. ମନୀଷ ଦେବନାଥ, ଟାଟା ଷ୍ଟିଲ୍ ଆଇବିଏମଡି ଚିଫ ଆଲୋକ ରଞ୍ଜନ ଙ୍କ ସମେତ ଟିଏସ୍‌ଏମ୍‌ର ଅନ୍ୟ ଅଧିକାରୀମାନଙ୍କ ମଧ୍ୟରେ ପରିବେଶ ଚିଫ ଅନୁପ ଶ୍ରୀବାସ୍ତବ, କର୍ପୋରେଟ ରିଲେସନ ମୁଖ୍ୟ ନୃସିଂହ ଚରଣ ମହାପାତ୍ର, ଆଇବିଏମଡି ଅପରେସନ ମୁଖ୍ୟ ସୁନୀଲ କୁମାର ରାଉତ, ପରିବେଶ ମୁଖ୍ୟ ସଞ୍ଜୀବ କୁମାର ପାଲ, ପରିବେଶ ବିଭାଗର ବରିଷ୍ଠ ଅଧିକାରୀ ସନ୍ତୋଷ ପାଟଯୋଶୀ, ଆଇବିଏମଡି ଅଧିକାରୀ ସୁଶୁଭନ ଘୋଷାଲ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଓଡ଼ିଶାର କଟକସ୍ଥିତ ଜାତୀୟ ଧାନ ଗୋବଷଣା କେନ୍ଦ୍ରର (ଆଇସିଏଆର)-ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (ଆଇସିଏଆର-ଏନଆରଆରଆଇ) “ଓଡ଼ିଶାର ଅମ୍ଳୀୟ ମୃତ୍ତିକା ପୁନରୁଦ୍ଧାର ପାଇଁ ମୃତ୍ତିକା ସୁଧାରରେ ମୌଳିକ ସ୍ଲାଗ୍ ଏବଂ ଫ୍ଲାଏ ଆସ୍‌ର ସୁଲଭ ମୂଲ୍ୟରେ ଏବଂ ପରିବେଶ ଅନୁକୂଳ ଉପଯୋଗ’ ଶୀର୍ଷକ ଏହି ପ୍ରକଳ୍ପର ନେତୃତ୍ୱ ନେଉଛି । ସର୍କୁଲାର ଅର୍ଥନୀତିକୁ ପ୍ରୋତ୍ସାହନ ଦେଉଥିବା ଓଡ଼ିଶା ସରକାରଙ୍କ “ବର୍ଜ୍ୟରୁ ସମ୍ପଦ” କାର୍ଯ୍ୟକ୍ରମର ଏକ ଅଂଶବିଶେଷ ଭାବେ ଏହି ପଦକ୍ଷେପ ନିଆଯାଇଛି ।

ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ଓଡ଼ିଶା ସରକାର ଓ ଆଇସିଏଆର-ଏନଆରଆରଆଇ ସହ ସହଯୋଗିତା ସ୍ଥାପନ କରି ଆମେ ଆନନ୍ଦିତ ବୋଲି ଟାଟା ଷ୍ଟିଲର ନିରାପତ୍ତା, ସ୍ୱାସ୍ଥ୍ୟ ଏବଂ ସ୍ଥାୟୀତ୍ୱ ଉପାଧ୍ୟକ୍ଷ ରାଜୀବ ମଙ୍ଗଲ କହିଛନ୍ତି । ସେ କହିଛନ୍ତି ଯେ ଆମର ଶିଳ୍ପ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ଆମେ ଅମ୍ଳୀୟ ମାଟିର ପୁନରୁଦ୍ଧାରରେ ଯୋଗଦାନ କରିପାରିବା ଏବଂ ରାଜ୍ୟରେ ଦୀର୍ଘସ୍ଥାୟୀ କୃଷିକୁ ସମର୍ଥନ କରିପାରିବା । ଏହି ସହଯୋଗିତା ଟାଟା ଷ୍ଟିଲର ପରିବେଶ ପରିଚାଳନା ଏବଂ ସର୍କୁଲାର ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧତାର ପ୍ରମାଣ ଦେଉଛି । ଢେଙ୍କାନାଳ, ଅନୁଗୁଳ ଓ ଯାଜପୁର ଜିଲ୍ଲାଗୁଡ଼ିକରେ ଓଡ଼ିଶାର ନିର୍ଦ୍ଦିଷ୍ଟ ମୃତ୍ତିକାରେ ଉନ୍ନତି ଆଣିବା ପାଇଁ କମ୍ପାନି ପକ୍ଷରୁ ଏହାର ସମନ୍ୱିତ ଲୁହା ଓ ଇସ୍ପାତ କାରଖାନାରେ ଉତ୍ପାଦିତ ହେଉଥିବା ଏଲଡି ସ୍ଲାଗ୍ ଏବଂ ଫ୍ଲାଏ ଆସକୁ ଆବଶ୍ୟକ ପରିମାଣରେ ଯୋଗାଇ ଦିଆଯିବ ।

ଖରିଫ (ମୌସୁମୀ) ଫସଲ ଋତୁ ପୂର୍ବରୁ ଏବଂ ରବି (ଶୀତକାଳୀନ) ଫସଲ ଋତୁ ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ମୃତ୍ତିକାରେ ସୁଧାର କରାଯାଇ ବଂଟନ କରାଯିବ । ଯାହାଫଳରେ ଚାଷୀ ମାନେ ଉଚିତ ସମୟରେ ଏହାର ବ୍ୟବହାର କରିପାରିବେ ।

ଏହି ପଦକ୍ଷେପ ପାଇଁ ଟାଟା ଷ୍ଟିଲକୁ ପ୍ରଶଂସା କରି ଅନୁଗୁଳ ସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ପରିବେଶ ଯନ୍ତ୍ରୀ ତଥା ଆଞ୍ଚଳିକ ଅଧିକାରୀ ରମେଶ କୁମାର ଏକ୍କା କହିଛନ୍ତି ଯେ, “ଫ୍ଲାଏ ଆସ୍ ଓ ଏଲଡି ସ୍ଲାଗ୍ ଭଳି ବହୁଳ ଉତ୍ପାଦିତ କଠିନ ଶିଳ୍ପ ବର୍ଜ୍ୟବସ୍ତୁକୁ ବ୍ୟବହାର କରିବା ଲୁହା ଓ ଇସ୍ପାତ କ୍ଷେତ୍ର ପାଇଁ ବଡ଼ ଆହ୍ୱାନ ପାଲଟିଛି । ତେବେ ଢେଙ୍କାନାଳ, ଅନୁଗୁଳ ଓ ଯାଜପୁର ଜିଲ୍ଲାରେ ଏଭଳି ଶିଳ୍ପ ବର୍ଜ୍ୟବସ୍ତୁ ସହ ଆମ୍ଳୀୟ ମାଟିର ମାନରେ ସୁଧାର ଆଣିବା ପାଇଁ ଟାଟା ଷ୍ଟିଲ୍ ପକ୍ଷରୁ ଓଡ଼ିଶା ସରକାର ଓ ଓସିଏଆର୍‌-ଏନ୍‌ଆରଆରଆଇ ସହ ସହଯୋଗିତା ସ୍ଥାପନ କରି ବହୁତ ଭଲ ପଦକ୍ଷେପ ନେଇଛି । କଠିନ ଶିଳ୍ପ ବର୍ଜ୍ୟବସ୍ତୁର ଉପଯୋଗ ଦିଗରେ ଏଭଳି ବୈଜ୍ଞାନିକ ପଦକ୍ଷେପ ପାଇଁ ମୁଁ ଶୁଭେଛା ଜଣାଉଛି ।”

ଫ୍ଲାଏ ଆସ୍ ବିଜ୍ଞପ୍ତି ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଗାଇଡଲାଇନ ଅନୁଯାୟୀ ପାଇରୋ-ମେଟାଲର୍ଜିକାଲ ସ୍ଲାଗ୍ ପରିଚାଳନା ଉପରେ ଏହି ପ୍ରକଳ୍ପକୁ ଓଡ଼ିଶାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁମୋଦନ ମିଳିଛି ।

ଆଇସିଏଆର-ଏନଆରଆରଆଇ ହେଉଛି ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ଅଧୀନରେ ଥିବା ଏକ ପ୍ରମୁଖ ଗବେଷଣା ଅନୁଷ୍ଠାନ ଯାହା ଧାନ ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟାକୁ ଆଗକୁ ବଢ଼ାଇବା ପାଇଁ ସମର୍ପିତ ।

new life
You might also like
error: Content is protected !!