News
WhatsApp Image 2023-10-04 at 17.25.00
samparksetu

ଶରତ ରାସରେ ଭୁଷଳ, ମହୁଳପାଳ ଉତ୍ସବ ମୁଖର

ଭୁବନ ବ୍ଲକ ଭୂଷଳ ଓ ମହୁଳପାଳ ଗ୍ରାମର ଭିଭିନ୍ନ ସାହି ମଣ୍ଡପରେ ପାରମ୍ପରିକ ଶରତ ରାସ ଓ କାର୍ତ୍ତିକେଶ୍ୱର ପୁଜା କୋଭିଡ ନିୟମାବଳୀକୁ ପାଳନ କରି ଅନୁଷ୍ଠିତ ହେଉଛି । କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥୀରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ପୂର୍ଣ୍ଣମୀ ଦିନ ଉଦଯାପିତ ହୁଏ ।

ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ରାସେଶ୍ୱରୀ ଶ୍ରୀରାଧାଙ୍କ ସହ ବୃନ୍ଦାବନର କୁଞ୍ଜକାନନରେ ରାସ ରଚନା କରିଥିଲେ । ସେହି ମଧୁର ପ୍ରତିଛବିକୁ ଭୂଷଳର ରାସ କୁଞ୍ଜ ମାନଙ୍କରେ ଉପସ୍ଥାପନା କରାଯାଉଛି । ରାଧାକୃଷ୍ଣଙ୍କ ଅମୃତ ପ୍ରେମ କଥାକୁ ସଚିତ୍ର ଆକାରରେ ବିଭିନ୍ନ ରାସ କୁଞ୍ଜରେ ପରିବେଷଣ କରାଯାଉଛି । ଏହି ଅବସରରେ ପ୍ରତ୍ୟେକ ରାସ ମଣ୍ଡପରେ ରାଧାକୃଷ୍ଣଙ୍କ ତୈଳ ଚିତ୍ର ସ୍ଥାପନା କରାଯାଇଛି । ପ୍ରତ୍ୟେକ ସନ୍ଧ୍ୟ।ରେ ତୁଳସୀ ବନ୍ଦନା, ଆକାଶ ଦୀପ ପ୍ରତିଷ୍ଠା, ମଙ୍ଗଳ ଆରତୀ ସହିତ ଭାଗବତର ଦଶମ ସ୍କନ୍ଦର ୩୦ ରୁ ୩୪ ଅଧ୍ୟ୍ୟାୟରେ ବର୍ଣ୍ଣିତ ରାସଲୀଳା କଳା କାର ମାନଙ୍କ ଦ୍ୱାରା ଉପସ୍ଥାପନା କରାଯାଉଛି ।

ଏଥି ସହିତ ଭଜନ ,କୀର୍ତ୍ତନ, ଭଜନ ସନ୍ଧ୍ୟ।, କୃଷ୍ଣ କଥା ଚରିତାମୃତ ଗ୍ରାମକୁ ଏକ ଆଧ୍ୟାତ୍ମିକ ପରିବେଶରେ ପରିଣତ କରିଛି । ଏହି ରାସଉତ୍ସବକୁ ପ୍ରଥମେ ଭୂଷଳ ଶାନ୍ତି ଆଶ୍ରମର ପ୍ରତିଷ୍ଠାତା ସ୍ୱାମୀ ତ୍ରିଗୁଣାନନ୍ଦ ସରସ୍ୱତୀ ୧୯୮୦ ମସିହାରେ ଅୟମାରମ୍ଭ କରିଥିଲେ । ତାଙ୍କ ମାର୍ଗ ଦର୍ଶନରେ ୧୯୮୫ ମସିହାରେ ଶିକ୍ଷକ ଭରତ ଚନ୍ଦ୍ର ନାୟକଙ୍କ ପ୍ରଚେଷ୍ଠାରେ ଭୂଷଳ ନୂଆ ସାହିରେ ରାସ ଯାତ୍ରା ଆରମ୍ଭ କରାଯାଇଥିଲା ।

୧୯୯୦ ମସିହାରୁ ଭୂଷଳ ନିଗମ ନଗର, ୧୯୯୪ ମସିହାରୁ ଭୂଷଳ ଯଜ୍ଞ ମଣ୍ଡପ ସାହିରେ ଏହି ରାସଯାତ୍ରା ପରିବେଷିତ ହୋଇଆସୁଛି । ସମୟ କ୍ରମରେ ସଂମ୍ପର୍କ କ୍ଲବ, ବ୍ରାହ୍ମଣ ସାହି ଯୁବ ପରିଷଦ, ନୂଆସାହି ଯୁବ ସଂସଦ,ଉପର ସାହି ଯୁବ ପରିଷଦ ଓ ମଝି ସାହି ଯୁବ ସଂସଦ ର୍କାିକେୟ ପୂଜା ମାଧ୍ୟମରେ ଏହି ମହୋତ୍ସବରେ ଯୋଡି ହୋଇଛି । ଯଜ୍ଞ ମଣ୍ଡପରେ ଆଧ୍ୟାତ୍ମିକ ପ୍ରବଚନ ଅନୁଷ୍ଠିତ ହେଉଛି । ଆଲୋକ ସଜ୍ଜାରେ ସାରା ଗ୍ରାମ ସୁଶୋଭିତ ହୋଇଛି । ସେହିପରି ମହୁଳପାଳ ଗ୍ରାମରେ ଆଠଟି ପୂଜା ମଣ୍ଡପରେ କାର୍ତ୍ତିକେଶ୍ୱରଙ୍କ ପୂଜା ପାଳିତ ହେଉଛି ।

new life
You might also like
error: Content is protected !!