News
WhatsApp Image 2023-10-04 at 17.25.00
samparksetu

ସପ୍ତାହ ତଳେ ଜଳ ଯୋଗାଣ ଶୁଭାରମ୍ଭ ହୋଇଥିଲା ; ନିମ୍ନ ମାନର କାର୍ଯ୍ୟ ହେତୁ ଭୁଷୁଡିଲା କୂଅ

ଗ୍ରାମାଞ୍ଚଳରେ ପାନୀୟଜଳ ଯୋଗାଇ ଦେବାକୁ ସରକାରଙ୍କ ସ୍ବଜଳଧାରା ଯୋଜନାର ସ୍ଥାୟୀତ୍ବ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଢେଙ୍କାନାଳ ଜିଲ୍ଲାର ଅନେକ ସ୍ଥାନରେ ପାନୀୟ ଜଳ ପ୍ରକଳ୍ପ ସଠିକ ରୂପେ କାର୍ଯ୍ୟ କରୁ ନାହିଁ। ଏହାର ମୁଖ୍ୟ କାରଣ ହେଉଛି ନିମ୍ନ ମାନର କାର୍ଯ୍ୟ। ଏହାର ନଗ୍ନ ଉଦାହରଣ ହେଉଛି ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ କଣ୍ଢେଖୋଲ ଗାଁ ରେ ନିର୍ମିତ କୂଅ କାମରେ ଲାଗିବା ଆଗରୁ ଭୁଷୁଡି ପଡିଛି।

ଏହି ଗାଁର ୧୫୦୦ ଲୋକଙ୍କ ପାଇଁ ପାନୀୟ ଜଳ ଯୋଗାଣ ଦେବାକୁ ସ୍ବଜଳଧାରା ଯୋଜନାର କାମ ହୋଇଥିଲା। ଜଳ ଯୋଗାଣର ଶୁଭାରମ୍ଭ ଗୋଟିଏ ସପ୍ତାହ ତଳେ ହୋଇଥିଲା।
ସୂଚନା ଥାଉ କି ଏହାକୁ ମିଶାଇ ୩ଟି ପାଣି ଟଙ୍କି ଭୁଷୁଡି ପଡ଼ିଲାଣି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଶ୍ରୀ ତ୍ରିଲୋଚନ ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି କି ସେ ଏଠାରେ ଯୋଗ ଦେବା ପୂର୍ବରୁ ଏହି ପାଣି ଟାଙ୍କିର ନିର୍ମାଣ ହୋଇଛି। ତେବେ ପ୍ରଶ୍ନ ଉଠୁଛି ଯେଉଁ ଅଧିକାରୀଙ୍କ ତତ୍ତ୍ଵାବଧାନରେ ଏ କାମ ହୋଇଥିଲା ବିଭାଗ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ ତ? ନା ପୂର୍ବ ଘଟଣା ପରି କିଛି ଦିନ ପରେ ଲୁଚିଯିବ।

new life
You might also like
error: Content is protected !!